ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦୀ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବିଜେପିକୁ ପୁର୍ଣ୍ଣ ସଫଳତା ପ୍ରଦାନ କରିଛି। ସନ୍ଧ୍ୟା ୮.୩୦ ସୁଦ୍ଧା ବିଜେପି ନେତୃତାଧୀନ ଏନଡିଏକୁ ୩୫୦ରୁ ଊର୍ଦ୍ଧ୍ବ ଆସନ ମିଳିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୯୫ ଆସନ ମିଳୁଥିବା ଜଣାପଡିଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର ଆକାଉଣ୍ଟରେ ନିଜର ନାମ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ହଟାଇବା ସହ ଲେଖିଛନ୍ତି, ଚୌକିଦାର ଭାବନାକୁ ଆଗାମୀ ସ୍ତରକୁ ନିଆଯିବା ଦରକାର। ଏହି ଇଚ୍ଛାଶକ୍ତିକୁ ମନରେ ରଖି କାର୍ଯ୍ୟ କରିବା ଦରକାର। ଚୌକିଦାର ଶବ୍ଦ ମୁଁ ମୋ ଟୁଇଟର ଆକାଉଣ୍ଟରୁ ହଟାଇଛି ସତ, କିନ୍ତୁ ଏହି ଶବ୍ଦ ମୋ ଅଭିନ୍ନ ଅଙ୍ଗ।

Comments are closed.