ଇଞ୍ଚେ ଭୂମି ପାଇଁ ରକ୍ତାକ୍ତ ଲଢ଼େଇ ଲାଗି ପ୍ରସ୍ତୁତ: ଚୀନ ରାଷ୍ଟ୍ରପତି

0

ବେଜିଂ: ଦ୍ଵିତୀୟଥର ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶି ଚିନଫିଙ୍ଗ ଉଗ୍ର ଆଭିମୁଖ୍ୟ ଦେଖାଇଛନ୍ତି। ସେ କହିଛନ୍ତି ଯେ ଚୀନ ନିଜ କ୍ଷେତ୍ରର ଏକ ଇଞ୍ଚ ଭୂମି କାହାରକୁ ଛାଡିବ ନାହିଁ। ଏଥିପାଇଁ ରକ୍ତାକ୍ତ ଲଢେଇ ପାଇଁ ମଧ୍ୟ ପ୍ରସ୍ତୁତ। ଚିନଫିଙ୍ଗ ଚୀନ ସଂସଦ ଅଧିବେଶନର ଅନ୍ତିମ ଦିନରେ ୩୦ ମିନିଟର ଉଗ୍ର ରାଷ୍ଟ୍ରବାଦୀ ଭାଷଣ ଦେଇଛନ୍ତି। ଚୀନୀ ଲୋକ ଅଜୟ ଏବଂ ଅଦମ୍ୟ ସାହାସୀ। ଶତ୍ରୁ ବିରୋଧରେ ରକ୍ତର ସଂଘର୍ଷ ପାଇଁ ମଧ୍ୟ ପ୍ରସ୍ତୁତ ଏବଂ ପ୍ରତିବଦ୍ଧ। ଦୁନିଆରେ ଉଚିତ୍ ସ୍ଥାନ ପାଇବା ପାଇଁ ଆମ ପାଖରେ ମଜଭୁତ କ୍ଷମତା ରହିଛି। ଅପରପକ୍ଷରେ ଦେଶରେ ବିଚ୍ଛିନ୍ନତାବାଦୀଙ୍କୁ ଚିନପିଙ୍ଗ କଡ଼ା ସମାଲୋଚନା କରିଥିଲେ।

Leave A Reply