ପାକିସ୍ତାନକୁ ୨୨୦କୋଟି ଡଲାର ଦେଲା ଚୀନ

0

ଇସଲାମାବାଦ: ପାକିସ୍ତାନକୁ ଏହାର ସର୍ବକାଳୀନ ବନ୍ଧୁ ରାଷ୍ଟ୍ର ଚୀନ ୨୨୦ କୋଟି ଡଲାର ଆର୍ଥିକ ସହାୟତା ପ୍ରଦାନ କରିଛି। ଅନ୍ୟ ଦେଶର ଋଣ ପରିଶୋଧରେ ପାକିସ୍ତାନ ଯେପରି ଅସୁବିଧାର ସମ୍ମୁଖୀନ ନ ହେବ ସେଥିଲାଗି ଚୀନ ଏହି ସହାୟତା ପ୍ରଦାନ କରିଛି। ଚୀନର ଏହି ସହାୟତା ପାକିସ୍ତାନର ବିଦେଶୀ ମୁଦ୍ରା ପାଣ୍ଠିକୁ ସ୍ଥିର ରଖିଛି। ଯଦ୍ଦ୍ବାରା ଅନ୍ୟ ରାଷ୍ଟ୍ର ଓ ଆନ୍ତର୍ଜାତିକ ଋଣ କିସ୍ତି ପ୍ରଦାନରେ ପାକିସ୍ତାନକୁ କୌଣସି ଅସୁବିଧା ହେବ ନାହିଁ। ଚୀନ ସମେତ ଅନ୍ୟ ବନ୍ଧୁ ରାଷ୍ଟ୍ରଗୁଡିକ ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନକୁ ମୋଟ ୯୧୦କୋଟି ଡଲାର ସହାୟତା ପ୍ରଦାନ କଲେଣି। ଚୀନ ଏକାକୀ ୪୧୦କୋଟି ଡଲାର ଦେଇଥିବାବେଳେ ସାଉଦି ଆରବ ୩୦୦କୋଟି ଡଲାର ଓ ୟୁଏଇ ୨୦୦କୋଟି ଡଲାର ଦେଇଛି। ସେହିପରି ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଚୀନ ଠାରୁ ୨୨୦କୋଟି ଡଲାର ଋଣ ଆଣିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଅସାଦ ଉମର କହିଛନ୍ତି ଯେ ପାକିସ୍ତାନର ଗଚ୍ଛିତ ବିଦେଶୀ ମୁଦ୍ରା ପାଣ୍ଠି ଚଳିତ ଆର୍ଥିକ ବର୍ଷରେ ୧୨୦୦କୋଟି ଡଲାରକୁ ହ୍ରାସ ପାଇଥିବାବେଳେ ଆସନ୍ତା ବର୍ଷ ଏହା ୭୦୦ରୁ ୮୦୦ କୋଟି ଡଲାରକୁ ହ୍ରାସ ପାଇବାର ଆଶଙ୍କା  ରହିଛି।

Leave A Reply