ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ପୁଣି ଥରେ ବାଧକ ସାଜିଲା ଚୀନ

0

ନ୍ୟୁୟର୍କ/ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣାରେ ପୁଣି ଥରେ ଚୀନ ବାଧକ ସାଜିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ବୁଧବାର ନିଜ ଭିଟୋ ଶକ୍ତି ବ୍ୟବହାର କରି ୪ର୍ଥ ଥର ପାଇଁ ମସୁଦ ଆଝାର ଭଳି ଆତଙ୍କବାଦୀକୁ ସୁରକ୍ଷା ପ୍ରଦାନ କରିଛି।
ସୂଚନା ଅନୁସାରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ ଏବଂ ଆମେରିକା ପ୍ରସ୍ତାବ ରଖିଥିଲେ। ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ମଧ୍ୟରୁ ୪ର୍ଥ ସଦସ୍ୟ ଭାବେ ରୁଷ ଏହାକୁ ସମର୍ଥନ ଜଣାଇଥିଲା। ମାତ୍ର ବୁଧବାର ଚୂଡ଼ାନ୍ତ ଭୋଟିଂ ପ୍ରକ୍ରିୟାରେ ଚୀନ ଭିଟୋ ଶକ୍ତି ପ୍ରୟୋଗ କରି ଏହି ପ୍ରସ୍ତାବକୁ ରୋକି ଦେଇଛି। ପ୍ରକାଶଯୋଗ୍ୟ ଯେ ମସୁଦ ଆଝାର ଦ୍ୱାରା ସଂଗଠିତ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୪ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଚୀନର ପାକିସ୍ତାନ ପ୍ରେମ ଯୋଗୁଁ ମସୁଦ ଆଝାର ବିଶ୍ୱ ଆତଙ୍କବାଦୀ ଘୋଷଣା ହେବାରୁ ବର୍ତ୍ତି ଯାଇଛି।

Leave A Reply