ସାଟେଲାଇଟ୍‌, ରାଡାର ଜରିଆରେ ଶତ୍ରୁ ରାଷ୍ଟ୍ର ଉପରେ ଗୁପ୍ତ ନଜର ରଖୁଛି ଚୀନ

ନୂଆଦିଲ୍ଲୀ: ଚୀନ ନିଜର ଶତ୍ରୁ ରାଷ୍ଟ୍ରଗୁଡ଼ିକ ଉପରେ ଗୁପ୍ତ ଭାବେ ନଜର ରଖୁଛି। ଏଥିପାଇଁ ଚୀନ ନିଜର ସାଟେଲାଇଟ ଏବଂ ରାଡାରକୁ ବ୍ୟବହାର କରୁଛି। ବର୍ତ୍ତମାନ ପୃଥିବୀ ଉପରେ ଚକ୍କର କାଟୁଥିବା ଚୀନ ସେନାର ୭୫ରୁ ଅଧିକ ସାଟେଲାଇଟ୍‌ରୁ ଏପରି ଅନୁମାନ କରାଯାଉଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମିର ସାମରିକ ସମର୍ଥକ ବଳ ଦ୍ବାରା ଏହି ସାଟେଲାଇଟଗୁଡ଼ିକ ପରିଚାଳିତ ହେଉଛି।

୧୯୯୫-୯୬ରେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ତାଇୱାନର ଜଳସନ୍ଧି ସଙ୍କଟ ସମୟରେ ଚୀନକୁ ରୋକିବାକୁ ନିଜର ବିମାନବାହକ ଯୁଦ୍ଧଯାହାଜ ପଠାଇଥିଲା, ସେତେବେଳେ ବେଜିଂ ନିଷ୍ପତ୍ତି ନେଇଥିଲା ଯେ, ସେ ଏଭଳି ଶକ୍ତିଶାଳୀ ବ୍ୟବସ୍ଥା ଏବଂ ଅସ୍ତ୍ରଶସ୍ତ୍ର ବିକଶିତ କରିବ, ଯାହା ଆମେରିକା ସୈନ୍ୟର ଅସ୍ତ୍ରଶସ୍ତ୍ରର ପତ୍ତା ଲଗାଇପାରିବେ ଏବଂ ତା’ ଉପରେ ଆକ୍ରମଣ କରିପାରିବ। ତେଣୁ ଚୀନ ନିଜର ଶତ୍ରୁମାନଙ୍କ ଉପରେ ନଜର ରଖିବା ଲାଗି ସାଟେଲାଇଟ ଏବଂ ରାଡାର ବ୍ୟବହାର କରିବା ଆରମ୍ଭ କରିଥିଲା। ବର୍ତ୍ତମାନ ସମୟରେ ଚୀନ ନିଜ ଅଞ୍ଚଳରେ ଯାଉଥିବା ଜାହାଜ ଏବଂ ବିମାନଗୁଡ଼ିକ ଉପରେ ଏସବୁ ଜରିଆରେ ଗୁପ୍ତ ନଜର ରଖିଆସୁଛି। ଚୀନ ବହୁ ସଂଖ୍ୟାରେ ସେନ୍‌ସର ବ୍ୟବହାର କରୁଛି, ଯାହାଦ୍ବାରା ଦକ୍ଷିଣ ଚୀନ ସାଗର, ତାଇୱାନ ଓ ପୂର୍ବ ଚୀନ ସାଗରରେ ଚଳାଚଳ କରୁଥିବା ଜାହାଜ ଉପରେ ନଜର ରଖାଯାଇପାରିବ। ଏଥିପାଇଁ ଚୀନ ସାଟେଲାଇଟ, ରାଡାର ସମେତ ଜଳକ୍ଷେତ୍ରରେ ମୁତୟନ ଯୁଦ୍ଧ ଜାହାଜ, ବୁଡ଼ାଜାହାଜରେ ସେନ୍‌ସର ବ୍ୟବହାର କରୁଛି। କେବଳ ଏହା ନୁହେଁ, ଚୀନ ନିଜର ହିତ ପାଇଁ ପଶ୍ଚିମ ପ୍ରଶାନ୍ତ ଏବଂ ହିନ୍ଦ ମହାସାଗରରେ ବି ଏପରି ବ୍ୟବସ୍ଥା ବ୍ୟାପ୍ତ କରିବାରେ ଲାଗିଛି।

Comments are closed.