ବିଳମ୍ବ କରିବା ପରେ କୈଳାସ ମାନସରୋବର ଯାତ୍ରୀଙ୍କୁ ଭିସା ପ୍ରଦାନ କଲା ଚୀନ୍‌

ନୂଆଦିଲ୍ଲୀ/ବେଜିଂ .- ଧାରା ୩୭୦ ଉଚ୍ଛେଦ ସହ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ଚୀନ୍‌ କୈଳାସ ମାନସରବର ଯାତ୍ରା ପାଇଁ ଭିସା ଦେବାରେ ବିଳମ୍ବ କରିଥିଲା । ଚୀନ୍‌ ଚଳିତ ବର୍ଷା ଭିସା ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ବୁଧବାରରେ ଚୀନ୍‌ ଦୁଇଟି ଦଳର ସଦସ୍ୟମାନଙ୍କୁ କୈଳାସ ମାନସରୋବର ଯାତ୍ରା ପାଇଁ ଆବଶ୍ୟକୀୟ କାଗଜପତ୍ର ଦେଇଛି । ଏହା ସହ ସେମାନଙ୍କୁ ଭିସା ପ୍ରଦାନ କରାଯାଇଛି । ଏହି ଯାତ୍ରୀମାନେ ଦିଲ୍ଲୀରୁ କୈଳାସ ମାନସରୋବର ଅଭିମୂଖେ ଯାତ୍ରା ଆରମ୍ଭ କରିଛନ୍ତି।

ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାକୁ ଚୀନ୍‌ ଗ୍ରହଣ କରୁନଥିବା ପ୍ରକାଶ କରିଥିଲା । ଏହାସହ ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖାପାତ୍ର ହୁଆ ଚୁନୟିଙ୍ଗ ଭାରତ ଓ ପାକିସ୍ତାନ ଉଭୟ ଦେଶଙ୍କୁ ଶାନ୍ତି ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରସଙ୍ଗରୁ ଚୀନ୍‌ ବେଶ୍‌ ଗୁରୁତ୍ୱ ଦେଉଥିବା କଥା ସେ ପ୍ରକାଶ କରିଥିଲେ ।

ଭାରତର ଏହି ପଦକ୍ଷେପକୁ ଶ୍ରୀଲଙ୍କା , ମାଳଦ୍ୱୀପ ଓ ୟୁଏଇ ସମର୍ଥନ କରିଛନ୍ତି ।

Comments are closed.