ଚୀନ ଦୂତାବାସରେ ପାଳିତ ହେଲା ହୋଲି

0

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସରେ ରବିବାର ହୋଲି ପର୍ବ ପାଳିତ ହୋଇଯାଇଛି। ଚୀନ ରାଜଦୂତ ଲୁ ଝାହୁଈ ଏଇ ଅବସରରେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଓ ଦୁଇ ଦେଶର ଜନସାଧାରଣଙ୍କ ଉନ୍ନତି କାମନା କରିଛନ୍ତି। ଗତ ମାର୍ଚ୍ଚ ମାସରେ ଚୀନ ନବବର୍ଷ ପାଳନ କରାଯାଇଥିବା ବେଳେ ଏବେ ବସନ୍ତ ଉତ୍ସବ ପାଳନ କରାଯାଇଛି। ଚୀନ ରାଜଦୂତ ଲୁ ଝାହୁଈ କହିଛନ୍ତି, ଭାରତର ଇତିହାସ ଓ ସଂସ୍କୃତି ବହୁ ପୁରାତନ ତେଣୁ ସେଥିରୁ ଅନେକ କିଛି ଶିଖି ହେବ। ହୋଲି ପର୍ବ ଭଳି ଦୁଇ ଦେଶ ମଧ୍ୟରେ ଅନେକ ପର୍ବପର୍ବାଣିର ସାମଞ୍ଜସ୍ୟ ରହିଛି ବୋଲି ସେ କହିଛନ୍ତି।

Leave A Reply