୫ ଶିଶୁ ଶ୍ରମିକ ଉଦ୍ଧାର

0

ମାଲକାନଗିରି : ମାଲକାନଗିରି ଜିଲା ଖାଇରିପୁଟ ବ୍ଲକ ଟାଗାବେଡା ଗ୍ରାମରୁ ଆନ୍ଧ୍ରପ୍ରଦେଶକୁ ଚାଲଣ ହେଉଥିବା ୫ ଜଣ ଶିଶୁ ଶ୍ରମିକଙ୍କୁ ମାଲକାନଗିରି ଚାଇଲ୍ଡ଼ ଲାଇନ ଉଦ୍ଧାର କରିଛି । ଶିଶୁଙ୍କୁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା । ଖବର ପାଇ ଚାଇଲଡ଼ଲାଇନ କର୍ମକର୍ତ୍ତା ଗୁମ୍ମା ସାପ୍ତାହିକ ହାଟ ନିକଟରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମସ୍ତ ଶିଶୁ ଶ୍ରମିକ ଝିଅ ଏବଂ ସେମାନଙ୍କ ବୟସ ୧୨ରୁ ୧୬ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ସମସ୍ତ ଝିଅ ବଣ୍ଡା ସମ୍ପ୍ରଦାୟର ବୋଲି ଜଣାପଡିଛି । ତେବେ ଏମନଙ୍କୁ ନେଇ ଯାଉଥିବା ଦଲାଲ ଫେରାର ହୋଇଯାଇଛି।

Leave A Reply