ଥାନାରେ ପାଳନ ହେଲା ଶିଶୁ ଦିବସ

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଦାଇତ୍ବ ଗ୍ରହଣ କରିବା ପରେ ଗୋଟିଏ ପରେ ଗୋଟିଏ କାର୍ୟ୍ୟକ୍ରମ କରି ଚର୍ଚ୍ଚାରେ ଜିଲା ପୁଲିସ ବିଭାଗ। ଗୁରୁବାର ଜାତୀୟ ସ୍ତରରେ କୋଣ ଅନୁକୋଣରେ ଶିଶୁ ମାନଙ୍କୁ ନେଇ ଉତ୍ସାହିତ କରିବାକୁ ଶିଶୁଦିବସ ପାଳନ କରାଯାଉଥିବା ବେଳେ ଏସ.ପିଙ୍କ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ଥାନାରେ ଶିଶୁ ମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଛି। ସେହିପରି ବାଙ୍ଗିରିପୋଷି ଥାନା ଆଇଆଇସି ଚନ୍ଦନ ଘଡେଇଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆଜି ସ୍ଥାନୀୟ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଙ୍ଗିରିପୋଷି ଥାନାରେ ପହଞ୍ଚିବା ପରେ, ଶିଶୁ ଦିବସର ତାତ୍ପର୍ୟ୍ୟ ବାବଦରେ ଆଲୋଚନା କରାଯିବା ପରେ ପୋଲିସ ବିଭାଗର ସ୍ୱତନ୍ତ୍ର ମୋ ସରକାର ବାବଦରେ ବିସ୍ତୃତ ଆଲୋଚନା କରି, ପୋଲିସ ପୂର୍ବପରି ନରହି ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଇବାକୁ ପ୍ରସ୍ତୁତ ରହିଥିବା କହି ସରକାରୀ ସ୍ତରରେ ଲୋକଙ୍କ ପାଇଁ କେଉଁ କେଉଁ ସେବା ପୋଲିସ ଦ୍ୱାରା ଦିଆଯିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ତାହାକୁ ପର୍ୟ୍ୟାୟ କ୍ରମେ ଦେଖାଇଥିଲେ। ସଭିଙ୍କୁ ସଚେତନ ହେବାକୁ ଆହ୍ୱାନ କରିଥିଲେ।ଆଜିର ଶିଶୁ କାଲିର ଭବିଷ୍ୟତ, ଏଣୁ ଆଇନକୁ ଜାଣି ସମାଜକୁ ସୁରକ୍ଷା ଓ ସଚେତନ କରିବାକୁ ସମସ୍ତେ ଆଗେଇ ଆସିବାକୁ କହିଥିଲେ।

Comments are closed.