ଉଦ୍ଧାର ହେଲେ ୪ ଶିଶୁ ଶ୍ରମିକ

ଯାଜପୁର:ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ଜଣେ ନାବାଳିକା ଅଛନ୍ତି। ଏମାନେ ବଭିନ୍ନ ଘରୋଇ ସଂସ୍ଥାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ପୋଲିସ ସେମାନଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଥିଲେ।ଶିଶୁ ମଙ୍ଗଳ ସମିତି ଉଦ୍ଧାର କରାଯାଇଥିବା ପ୍ରତ୍ୟେକ ପିଲାଙ୍କ ପରିବାର ବର୍ଗଙ୍କୁ ଖବର ଦେବା ସହ ସେମାନଙ୍କୁ ଆଉ କାମରେ ନଲଗାଇବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଶିଶୁ ମାନଙ୍କୁ କାମରେ ଲଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାଲାଗି ଶିଶୁମଙ୍ଗଳ ଅଧିକାରି ପୋଲିସକୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି।

Comments are closed.