ଶିଶୁର ମୁଣ୍ଡ ବିହୀନ ଶବ ଉଦ୍ଧାର

0

କଣ୍ଟାବାଞ୍ଜି: ଜଣେ ୯ ବର୍ଷର ଶିଶୁର ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଛି। ବଲାଙ୍ଗୀର ଜିଲା ସିନ୍ଧେକେଲା ଗାଁ ଠାରୁ ୫କିଲୋମିଟର ଦୂର ଶୁଣ୍ଢିମୁଣ୍ଡାରେ ଶିଶୁଟିର ଶବ ଉଦ୍ଧାର ହୋଇଛି। ପରିବାର ଲୋକେ ଶିଶୁଟିର ମୃତଦେହକୁ ଚିହ୍ନଟ କରିଛନ୍ତି। ଶିଶୁଟି ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ବେଳେ ୧୪ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳୁ ଶିଶୁଟିର ଶବ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply