ପେଟ୍ରୋଲ ପିଇ ଶିଶୁ ମୃତ

0

ବ୍ରହ୍ମପୁର: ପେଟ୍ରୋଲ ପିଇ ୫ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଶେରଗଡ ଥାନା କାଳିଆଘାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିଶୁଟି ଗୁରୁବାର ଦିନ ଘରେ ଖେଳୁଥିବା ସମୟରେ ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟି ଭୁଲବଶତଃ ପାଣି ଭାବି ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇ ଯାଇଛି।

Leave A Reply