ପିଲାମାନଙ୍କ ପ୍ରଶଂସା କରିବାର ଉପଯୁକ୍ତ ସମୟ

0

ପୁଅ ହେଉ କି ଝିଅ ସମସ୍ତେ ନିଜ ବାପାମାଆଙ୍କ ପାଇଁ ଭଲ ହୋଇଥାଆନ୍ତି। ପୁଅ ଓ ଝିଅଙ୍କୁ ବାପାମାଆମାନେ ସମାନ ଭଲ ପାଇବା ଦେଇ ଥାଆନ୍ତି। ବାପାମାଆଙ୍କୁ ନିଜର ପିଲାମାନେ ସବୁଠାରୁ ସୁନ୍ଦର ଲାଗି ଥାଆନ୍ତି। ଯଦି ଆପଣଙ୍କ ଝିଅ ସାନ ହୋଇଥାଏ ତେବେ ତାକୁ କେବେ କୁହନ୍ତୁ ନାହିଁ ଯେ, ସେ ସୁନ୍ଦର ଅଟେ। ଏକ ଗବେଷଣାରୁ ଜଣାପଡିଛି ଏପରି କହିବା ଦ୍ବାରା ଝିଅମାନଙ୍କୁ ବ୍ୟକ୍ତିତ୍ବ ଉପରେ ଖରାପ ପ୍ରଭାବ ପଡିଥାଏ।

ପିଲାଙ୍କର ପ୍ରଶଂସା କରିବା ଖରାପ ନୁହେଁ, କିନ୍ତୁ ଠିକ ସମୟ ଓ ବୟସ ଦେଖି ସେମାନଙ୍କର ପ୍ରଶଂସା କରିବା ଉଚିତ। ଯେତେବେଳେ ଆପଣଙ୍କ ପିଲାମାନଙ୍କୁ ସମସ୍ତ କଥା ବୁଝିବାର ସମୟ ଆସିଥାଏ ସେତେବେଳେ ତାଙ୍କର ପ୍ରଶଂସା କରନ୍ତୁ। ଯଦି ଆପଣ କମ ବୟସରୁ ନିଜ ଝିଅର ସୌନ୍ଦର୍ଯ୍ୟ ପ୍ରଶଂସା କରିବେ ତେବେ ତା ଉପରେ କୁପ୍ରଭାବ ପଡିବ। କମ ବୟସରୁ ସେ ନିଜର ଲୁକ୍ସ ଉପରେ ଧ୍ୟାନ ବା ଗୁରୁତ୍ବ ଦେଇଥାଏ। ଏହାଦ୍ବାରା ସେ ପାଠପଢାରେ ସଠିକ ଭାବେ ଧ୍ୟାନ ଦେଇ ପାରି ନଥାଏ। ଠିକ ଓ ଭୁଲ କ’ଣ ଠିକ ଭାବେ ବିଚାର କରି ପାରିନଥାଏ। ବେଳେବେଳେ ଏହି ସମସ୍ତ କାରଣରୁ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।

ତେଣୁ ଛୋଟ ବେଳୁ ଆପଣଙ୍କ ଝିଅ ସୁନ୍ଦର ଲାଗୁଥିଲେ ମଧ୍ୟ ତାହା ସମ୍ମୁଖରେ କୁହନ୍ତୁ ନାହିଁ। କିନ୍ତୁ ପିଲାଙ୍କ ପ୍ରଶଂସା ନ କରିବା ଦ୍ବାରା ମଧ୍ୟ ତାଙ୍କର ଆତ୍ମବିଶ୍ବାସ କମ୍‌ ହୋଇଥାଏ। ତେଣୁ ସର୍ବଦା ପିଲାଙ୍କ ବ୍ୟବହାର, ପାଠପଢାକୁ ନେଇ ସେମାନଙ୍କର ପ୍ରଶଂସା କରନ୍ତୁ। ଏପରି କରିବା ଦ୍ବାରା ସେମାନଙ୍କୁ ଛୋଟ ବେଳୁ ଉଚିତ ଶିକ୍ଷା ଓ ବ୍ୟବହାର ମିଳିଥାଏ।

Leave A Reply