ଶୁଖିଲା ଲଙ୍କା ଚିକେନ

0

ଶୁଖିଲା ଲଙ୍କା ଚିକେନ
ଆବଶ୍ୟକ ସାମଗ୍ରୀ
ଚିକେନ – ୪୦୦ ଗ୍ରାମ
ଶୁଖିଲା ଲଙ୍କା – ୧୨ରୁ ୧୫ଟି
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୧ ଚାମଚ
କଟା ଟମାଟୋ – ୧ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଧନିଆ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦେଇ ସାମାନ୍ୟ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଏକ ପାତ୍ରରେ ରଖି ଦିଅନ୍ତୁ। ଏହା ପରେ ଶୁଖିଲା ଲଙ୍କାକୁ ୨ ଫାଳ କରି ସେଥିରୁ ମଞ୍ଜି କାଢି କେବଳ ଲଙ୍କାକୁ ପେଷି ( ଗ୍ରାଇଣ୍ଡିଙ୍ଗ ) କରି ଦିଅନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଲଙ୍କା ବଟା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ,ଲୁଣ, ଅଦା ରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ଏଥିରେ ପାତ୍ରରେ ରଖିଥିବା ଚିକେନ, କଟା ଟମାଟୋକୁ ପକାଇ ଭଲ ଭାବେ କଷି ଗରମ ମସଲା ,କଟା ଧନିଆ ପତ୍ର ପକାଇ ୨କପ ପାଣି ଦିଅନ୍ତୁ ଓ ୧୦ରୁ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶୁଖିଲା ଲଙ୍କା ଚିକେନ।

Leave A Reply