ଟେଷ୍ଟି ଚିକେନ

0

ଚିକେନ – ୫୦୦ ଗ୍ରାମ
ଆଳୁ – ୨ଟି
ସୋରିଷ ତେଲ – ୮ ରୁ ୧୦ ଚାମଚ
କଟା ପିଆଜ – ୩ଟି
ଅଦା , ରସୁଣ ବଟା
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଧନିଆ ଗୁଣ୍ଡ
ଜିରା ଗୁଣ୍ଡ
ତେଜପତ୍ର – ୨ଟି
ବଡ଼ ଅଳେଇଚ – ୧ଟି
ଗୁଜୁରାତି – ୩ଟି
ଛୋଟ ଅଳେଇଚ – ୨ ଟି
ଡ଼ାଲଚିନି – ୨ ଟି
ଗରମ ମସଲା
ଚିକେନ ମସଲା
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ୨ ଚାମଚ ତେଲ , ହଳଦୀ , ଲଙ୍କା , ଅଦା ରସୁଣ ବଟା , ଲୁଣ ପକାଇ ୩୦ ମିନିଟ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରୁ ୨ରୁ ୩ ମିନିଟ ଆଳୁ ଭାଜନ୍ତୁ। ଏହା ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏହା ପରେ ତେଲରେ ତେଜପତ୍ର , ବଡ଼ ଅଳେଇଚ , ଛୋଟ ଅଳେଇଚ ,ଗୁଜୁରାତି , ଡ଼ାଲଚିନି , କଟା ପିଆଜ ପକାଇ ଭାଜନ୍ତୁ। ଏହା ଭାଜିବା ହେବା ପରେ ଏଥିରେ ରଖିଥିବା ଚିକେନକୁ ପକାନ୍ତୁ। ଏବେ ଏଥିରେ ଧନିଆ , ହଳଦୀ , ଲଙ୍କା , ଅଳ୍ପ ଲୁଣ ପକାଇ ଭଲ ଭାବେ କଷନ୍ତୁ। ଏହା କଷି ହେବା ପରେ ଏଥିରେ ଭଜା ହୋଇଥିବା ଆଳୁ , ଗରମ ମସଲା , ଚିକେନ ମସଲା ପକାଇ କିଛି ପାଣି ଦିଅନ୍ତୁ। ଏହାକୁ ୨ ମିନିଟ ଫୁଟାଇ କାଢି ଦିଅନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କିଛି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ।

Leave A Reply