ଚିକେନ ପିଠା

ଆବଶ୍ୟକ ସାମଗ୍ରୀ
ଚିକେନ – ୪୦୦ ଗ୍ରାମ
ଚାଉଳ ବଟା – ଅଳ୍ପ
ପିଆଜ ,ଅଦା, ରସୁଣ ବଟା – ୩ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଚାଉଳ ବଟା, ପିଆଜ, ଅଦା , ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି କିଛି ସମୟ ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରୁ ତାୱାରେ ପକାଇ ପିଠା ଭଳି ପ୍ରସ୍ତୁତ କରନ୍ତୁ। ପିଠାର ଚାରିପାଖରେ ତେଲ ପକାଇ ଏହାର ଦୁଇ ପଟକୁ ଭଲ ଭାବେ ଲେଉଟାଇ ୧ ମିନିଟ ଏକ ଢାଙ୍କୁଣୀ ଦେଇ ଘୋଡ଼ାଇ ରଖନ୍ତୁ। ୧ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ପିଠା। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.