କେଉଁ ରାଜ୍ୟଗୁଡିକରେ ବାପାଙ୍କ ପରେ ପୁଅ ବା ଝିଅ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

0

କନରାଡ୍ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହେବା ପରେ ରାଜନୀତିରେ ବଂଶବାଦ ତାଲିକାରେ ଏବେ ଏହି ରାଜ୍ୟ ସାମିଲ ହୋଇଛି । କେବଳ ଯେ ରାଜନୀତିରେ ବଂଶବାଦର ବୃଦ୍ଧି ହୋଇଛି ତାହା ନୁହେଁ ବଂର ଅତି କମରେ ସେମାନଙ୍କ ଦୁଇ ପିଢୀ ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଦେଶରେ ଏହି ତାଲିକାର ୮ମ ସ୍ଥାନରେ ରହିଛି ମେଘାଳୟ । କନରାଡ୍ ସାଙ୍ଗମାଙ୍କ ପିତା ପି.ଏ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଥିଲେ ଓ ପରେ ଲୋକସଭାର ବାଚସ୍ପତି ହୋଇଥିଲେ ।

ତେବେ ଆସନ୍ତୁ ଜାଣିବା ଅନ୍ୟ କେଉଁ ରାଜ୍ୟଗୁଡିକର ଶାସନ ଦାୟିତ୍ଵ ପ୍ରଥମେ ବାପା ସମ୍ଭାଳିବା ପରେ ସେମାନଙ୍କ ପୁଅ ବା ଝିଅ ସମ୍ଭାଳିଛନ୍ତି । ଜାମ୍ମୁ-କାଶ୍ମୀର, ଓଡିଶା ଓ ମେଘାଳୟ ଏହି ତିନୋଟି ପ୍ରମୁଖ ରାଜ୍ୟରେ ପିତାଙ୍କ ପରେ ତୁରନ୍ତ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ।

ଜାମ୍ମୁ-କାଶ୍ମୀର: ବାପାଙ୍କ ପରେ ସେମାନଙ୍କ ପିଲାମାନେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ଏହି ରାଜ୍ୟ ସବୁଠୁ ଆଗରେ । ଏହା ସହ ଜେଜ-ବାପା-ପୁଅ  ତିନି ପିଢୀ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଅବଦୁଲ୍ଲା ପରିବାର ତିନି ପିଢୀ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶେଖ୍ ଅବଦୁଲ୍ଲା ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୧୯୮୨ରେ ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ପରେ ତୁରନ୍ତ ତାଙ୍କ ପୁଅ ଫାରୁଖ୍ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଫାରୁଖ୍ ଅବଦୁଲ୍ଲ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ପୁଅ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେହିପରି ଜାମ୍ମୁ-କାଶ୍ମୀରରେ କେବଳ ଅବଦୁଲ୍ଲା ପରିବାର ନୁହେଁ ବରଂ ମୁଫତି ପରିମାରର ଦୁଇ ପିଢୀ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ରେ ମଫତି ମହମ୍ମଦ ସଇଦଙ୍କ ପରେ ତାଙ୍କ ଝିଅ ମହବୁବା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଜାମ୍ମୁ-କାଶ୍ମୀର ପରେ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ସମ୍ଭଳିଥିଲେ । ବିଜୁ ପଟ୍ଟନାୟକଙ୍କ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ୧୮ ବର୍ଷ ଧରି ଲଗାତର ଭାବରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଉତ୍ତରପ୍ରଦେଶ: ଏହି ରାଜ୍ୟର ବାପା ଓ ପୁଅ ଯୋଡି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ସଫଳ ହୋଇଛନ୍ତି । ମୁଲାୟମ ସିଂହ ଯାଦବଙ୍କ ପରେ ତାଙ୍କ ପୁଅ ଅଖିଲେଶ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଲାୟମ ସିଂହ ଉତ୍ତରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଝାରଖଣ୍ଡ: ଝାରଖଣ୍ଡରେ ମଧ୍ୟ ବାପା ପରେ ପୁଅ ରାଜ୍ୟ ଶାସନ ଭାର ସମ୍ଭାଳିବା ଥିଲେ । ଶିବୁ ସୋରେନଙ୍କ ପରେ ତାଙ୍କ ପୁଅ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଶିବୁ ସୋରେନ ଝାଡଖଣ୍ଡର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମହାରାଷ୍ଟ୍ର: କଂଗ୍ରେସ ନେତା ଶଙ୍କରରାଓ ଚୌହ୍ବାନଙ୍କ ପରେ ତାଙ୍କ ପୁଅ ଅଶୋକ ଚୌହ୍ବାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ହରିୟାଣା: ଏଡି ରାଜ୍ୟରେ ମଧ୍ୟ ଦେବିଲାଲଙ୍କ ପରିବାରର ଦୁଇ ପିଢୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଦେବିଲାଲଙ୍କ ପରେ ଓମ୍ ପ୍ରକାଶ ଚୌତାଲା ୫ ଥର ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମଧ୍ୟପ୍ରଦେଶ: ଦେଶର ପ୍ରଥମ ରାଜ୍ୟ ଯେଉଁଠି ପ୍ରଥମେ ବାପା ପରେ ପୁଅ ମୁଖ୍ୟମନ୍ତ୍ରୀ ହୋଇଥିଲେ । ରବି ଶଙ୍କର ଶୁକ୍ଳା ୧୯୫୬ରେ ୬୧ ଦିନ ପାଇଁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ୧୩ ବର୍ଷ ପରେ ୧୯୬୯ରେ ତାଙ୍କ ପୁଅ ଶ୍ୟାମା ଚରଣ ଶୁକ୍ଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସେ ୩ଥର ଏହି ପଦରେ ରହିଛନ୍ତି ।

Leave A Reply