ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତିର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ମୌସୁମୀ ଓ  ଲଘୁଚାପ କରାଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି। ଯାହା ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଲାଣି। ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବଲାଙ୍ଗୀର ,କଳାହାଣ୍ଡି ,ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ। ଆଗାମୀଦିନରେ ବନ୍ୟା ସ୍ଥିତିକୁ ନଜରରେ ରଖି ନଦୀକୂଳିଆ ୬ ଜିଲ୍ଲା କେନ୍ଦ୍ରାପଡା,କଟକ, ପୁରୀ,ଜଗତସିଂହପୁର,ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।

Comments are closed.