୧୬ଟି ପ୍ରକଳ୍ପ ଉଦଘାଟନ ଓ ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

0

ଭଦ୍ରକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭଦ୍ରକ ଜିଲା ଚାନ୍ଦବାଲିରେ ୩୯୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୬ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ୧୧୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍‌ଷ୍ଟେସନ୍‌, ଚାନ୍ଦବାଲି ପାଓ୍ଵାର୍‌ ଗ୍ରିଡ୍‌, ଧାମରା ମତ୍ସ୍ୟ ପ୍ରାକ୍‌-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍‌, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ୟ୍ୟଟନ କାର୍ୟ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍‌ନିକ୍‌ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଏବଂ ଧାମନଗର ବ୍ଲକ୍‌ର ଲୁଣିପାଣି ପ୍ରଭାବିତ ଅଞ୍ଚଳ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜାମୁଝାଡ଼ି-ବାସୁଦେବପୁର-ଧାମରା ରାସ୍ତା, ଗୋବିନ୍ଦପୁର-ନନ୍ଦପୁର ରାସ୍ତାରେ ଗେଙ୍ଗୁଟି ନଦୀ ସେତୁ, ବାରସର-ହେଙ୍ଗୁପତି ରାସ୍ତାରେ ସାଳନ୍ଦୀ ସେତୁ, ୮ଟି ସଡ଼କ ନିର୍ମାଣ ପ୍ରକଳ୍ପ, ରାଇପୁର ଏବଂ ମହୁଲିଆ ପାନୀୟ ଜଳଯୋଗାଣ ପ୍ରକଳ୍ପ, ନବନିର୍ମିତ ଚାନ୍ଦବାଲି ତହସିଲ୍‌ କାର୍ୟ୍ୟାଳୟ, ଭଦ୍ରକ ସର୍କିଟ୍‌ ହାଉସ୍‌ ଆଦି ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Leave A Reply