ଚିକେନ୍‌ ମଷ୍ଟାର୍ଡ ମସଲା

0

ସାମଗ୍ରୀ: ଚିକେନ୍‍ ୫୦୦ ଗ୍ରାମ୍‍ (ଛୋଟ ଛୋଟ ପିସ୍‍ କଟା ହୋଇଥିବ), ପିଆଜ ୨ଟି ( କଟା ହୋଇଥିବ), ଲମ୍ବ ଭାବେ କଟା ହୋଇଥିବା ୪ଟି କଞ୍ଚା ଲଙ୍କା, ସୋରିଷ ୨ ଚାମଚ, ରସୁଣ ୧ଟା, ଅଦା ୧ ଖଣ୍ଡ, ଭୃଷଙ୍ଗ ପତ୍ର ୧ ଡ଼େମ୍ଫ, ଗୋଲମରିଚ ଗୁଣ୍ଡ ୧ ଚାମଚ, ଗୋଟା ଲବଙ୍ଗ ୬ଟା, ସୋରିଷ ତେଲ ୪ ଚାମଚ, ଭିନେଗାର ୪ ଚାମଚ।

ପ୍ରଣାଳୀ: ରସୁଣ, ଅଦା, ସୋରିଷ, ଭୃଷଙ୍ଗପତ୍ରକୁ ଭିନେଗାର ଦେଇ ଏକାଠି ଚିକ୍କଣ କରି ବାଟନ୍ତୁ। ଚିକେନ୍‍କୁ ବଟା ମସଲା ଓ ଲୁଣରେ ଗୋଳେଇ ୨ ଘଣ୍ଟା ରଖି ଦିଅନ୍ତୁ। ଏଥର କଡ଼େଇରେ ତେଲ ଗରମ କରି ଲବଙ୍ଗ ଫୁଟାନ୍ତୁ। ସେଥିରେ କଟା ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍‍ ହେବା ପର୍ୟ୍ୟନ୍ତ ଭାଜନ୍ତୁ। ଭାଜି ହୋଇଗଲା ପରେ ମସଲା ଗୋଳା ଚିକେନ୍‍କୁ ସେଥିରେ ପକାଇ ସନ୍ତୁଳନ୍ତୁ। ଏଥିରେ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଢାଙ୍କୁଣୀ ଦେଇ ଧିର ଆଞ୍ଚରେ ଭାଜନ୍ତୁ। ଝୋଳ ମରିଆସିଲେ ଓହ୍ଲାଇ ଦିଅନ୍ତୁ। ଭାତ ବା ରୁଟି ସହିତ ଖାଆନ୍ତୁ।

Leave A Reply