ରିଲିଜ୍ ହେଲା ‘ଛିଛୋରେ’ର ନୂଆ ଗୀତ ଫିକର ନଟ୍

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ୍‍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ର ନୂଆଗୀତ ଫିକର ନଟ୍ ଶନିବାର ରିଲିଜ୍‍ ହୋଇଛି। ଏହି ଗୀତରେ ଚଳଚ୍ଚିତ୍ରର ସମସ୍ତ କଳାକାର ଦ୍ଵୈତ ଭୂମିକାରେ ନଜର ଆସିଛନ୍ତି। ଏହି ଗୀତକୁ ବଲିଉଡର ଆଗଧାଡ଼ିର ସଙ୍ଗିତ ନିର୍ଦେଶକ ପ୍ରିତମ ସ୍ବର ସଞ୍ଜଜନା କରିଥିବାବେଳେ ନକାଶ ଅଜିଜ୍, ଦେବ୍ ନେଗି, ଅମିତ ମିଶ୍ରା, ଅମିତାଭ ଭଟ୍ଟାଚାର୍ଯ୍ୟ, ଶ୍ରୀରାମଚନ୍ଦ୍ର ଏବଂ ଅନ୍ତରା ମିତ୍ରା ଏହାର କଣ୍ଠଦାନ କରିଛନ୍ତି। ଚଳଚ୍ଚିତ୍ରରେ ମନୋରଞ୍ଜନର ଭରପୁର ଖୋରାକ ରହିଥିବା ଅନୁମାନ କରାଯାଉଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ତୁଷାର ପାଣ୍ଡେ ଏବଂ ପ୍ରତୀକ ବବର୍‍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଛିଛୋରେ’ ୩୦ ଅଗଷ୍ଟରେ ମୁକ୍ତିଲାଭ କରିବ।

 

Comments are closed.