ରିଲିଜ୍‍ ହେଲା ‘ଛିଛୋରେ’ର ଟ୍ରେଲର

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ୍‍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ର ଟ୍ରେଲର ରବିବାର ରିଲିଜ୍‍ ହୋଇଛି। ଫକ୍ସ ଷ୍ଟାର ହିନ୍ଦୀର ଭେରିଫାଇଡ଼୍‍ ୟୁଟ୍ୟୁବ୍‍ ଚ୍ୟାନେଲରେ ଏହି ଟ୍ରେଲରକୁ ରିଲିଜ୍‍ କରାଯାଇଛି। ରିଲିଜ୍‍ ହେବାର ଖୁବ୍‍ କମ୍‍ ସମୟ ମଧ୍ୟରେ ଟ୍ରେଲର ତୀବ୍ର ଗତିରେ ଭାଇରାଲ୍‍ ହେବାରେ ଲାଗିଛି। ଟ୍ରେଲର ଦେଖି ଅନୁମାନ କରିହେଉଛି ଚଳଚ୍ଚିତ୍ରରେ ମନୋରଞ୍ଜନର ଭରପୁର ଖୋରାକ ରହିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ତୁଷାର ପାଣ୍ଡେ ଏବଂ ପ୍ରତୀକ ବବର୍‍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଛିଛୋରେ’ ୩୦ ଅଗଷ୍ଟରେ ମୁକ୍ତିଲାଭ କରିବ।

Comments are closed.