୧୧କୋଟିର ବେଆଇନ ଟଙ୍କା ଓ ମଦ ଜବତ

0

ରାୟପୁର : ଛତିଶଗଡ ବିଧାନସଭା ନିର୍ବାଚନ ଅବସରରେ ନିର୍ବାଚନ ଅଧିକାରୀମାନେ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଟଙ୍କା ଓ ମଦ ଜବତ କରିଛନ୍ତି। ଜବତ ହୋଇଥିବା ଟଙ୍କା, ମଦ ଓ ଅନ୍ୟାନ୍ୟ ଜିନିଷର ମୂଲ୍ୟ ୧୧କୋଟି ୮୫ ଲକ୍ଷ ଟଙ୍କା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ରାଜ୍ୟର ୯୦ଟି ବିଧାନସଭା ଆସନ ନିର୍ବାଚନ ନିମନ୍ତେ ଅକ୍ଟୋବର ୪ରୁ ଆଚରଣ ବିଧି ଲାଗୁ ହୋଇଛି। ନଭେମ୍ବର ୧୨ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି।

Leave A Reply