ଛତିଶଗଡ଼ : ବଘେଲଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ୯ ନୂଆ ମନ୍ତ୍ରୀ ସାମିଲ

0

ରାୟପୁର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ତାଙ୍କ ମନ୍ତ୍ରୀମଣ୍ଡଳର ମଙ୍ଗଳବାର ସଂପ୍ରସାରଣ କରିଛନ୍ତିି। ରାଜଧାନୀ ରାୟପୁରରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ୯ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ୯ ଜଣଙ୍କୁ ମିଶାଇ ବଘେଲଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ମଙ୍ଗଳବାର ଶପଥ ନେଇଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି, ରବୀନ୍ଦ୍ର ଚୌବେ, ପ୍ରେମସାୟ ସିିଂହ ଟେକାମ, ମହମ୍ମଦ ଆକବର, କବାସୀ ଲଖମା, ଶିବ ଡହରିୟା, ଅନିଲା ଭେଡିୟା, ଜୟସିଂହ ଅଗ୍ରୱାଲ, ଗୁରୁ ରୁଦ୍ର କୁମାର ଓ ଉମେଶ ପଟେଲ।
ପୂର୍ବରୁ ଗତ ସୋମବାର ଦିନ ଟି.ଏମ୍‍ ସିଂହଦେଓ ଏବଂ ତ୍ରାମ୍ରଧ୍ୱଜ ସାହୁ ଶପଥ ନେଇଥିଲେ। ଖୁବ ଶୀଘ୍ର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ।
ସୂଚନା ଯୋଗ୍ୟ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ଟି, ବିଜେପି ୧୫ ଏବଂ ଅଜିତ ଯୋଗୀଙ୍କ ଦଳ ୭ଟି ଆସନରେ ବିଜୟୀ ହୋଇଥିଲେ।

Leave A Reply