ନାବାଳିକାଙ୍କୁ ଚେଙ୍କ ଅଭିଯୋଗ, ସାବତ ମା’ ସମେତ ୬ ଥାନାରେ ଅଟକ

0

ବ୍ରହ୍ମପୁର: ଗଞ୍ଜାମ ଜିଲା କୁମ୍ଭାରପଲ୍ଲୀ ଗାଁରେ ଜଣେ ନାବାଳିକାଙ୍କୁ ଚେଙ୍କ ଦିଆ ଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ସାବତ ମା ଓ ଅନ୍ୟ ପଡୋଶୀ ମହିଳା ଚେଙ୍କ ଦେଇଛନ୍ତି ବୋଲି ନାବାଳିକା ଜଣଙ୍କ କହିଛନ୍ତି। ନାବାଳିକାଙ୍କ ହାତଗୋଡ ବାନ୍ଧି ଉଲଗ୍ନ କରି ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି । ଗୁରୁତର ଅବସ୍ଥାରେ ଚାଇଲଡ଼ ଲାଇନ ଓ ପୁଲିସ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିଛନ୍ତି । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ସାବତ ମା ଗୁରୁବାରୀ ସାହୂଙ୍କ ସମେତ ମୋଟ ୬ଜଣ ମହିଳା ଥାନାରେ ଅଟକ ରଖିଛି ।

Leave A Reply