ଶ୍ୟାମା ପ୍ରସାଦଙ୍କ ନାଁରେ ନାମିତ ଏସିଆର ସବୁଠୁ ବଡ ସୁଡଙ୍ଗ ଚିନେନୀ ନାସରି

ନୂଆଦିଲ୍ଲୀ: ଏସିଆର ସବୁଠାରୁ ବଡ ସୁଡଙ୍ଗ ଚିନେନୀ ନାସରିର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମିତ ହେବ । ବୁଧବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଜାତୀୟ ରାଜପଥ ୪୪ ଉପରେ ନର୍ମାଣ ହୋଇଥିବା ଚିନେନୀ ନାସରି ସୁଡଙ୍ଗକୁ ଏବେ ଶ୍ୟାମା ପ୍ରସାଦ ମୁଖାର୍ଜୀ ନାଁରେ ଲୋକେ ଜାଣିବେ।ସୁଡଙ୍ଗର ନାମକରଣର ଘୋଷଣା ପରେ ଗଡକରୀ କହିଛନ୍ତି ଏହାକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ସମର୍ପଣ କରିବା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅଟେ । ଏହି ସୁଡଙ୍ଗକୁ ଏସିଆର ସବୁଠାରୁ ହାଇଟେକ ସୁଡଙ୍ଗ ମଧ୍ୟରୁ ଗୋଟିଏ ଅଟେ। ଚିନେନୀ ନାସରି ୯.୨ କିମିର ଏହି ସୁଡଙ୍ଗ ଏସିଆର ସବୁଠାରୁ ଲମ୍ୱା ସୁଡଙ୍ଗ ମଧ୍ୟରୁ ଗୋଟିଏ । ଏହା ଉଧମପୁର ଜିଲ୍ଲାର ଚିନେନୀକୁ ରାମବନ ଜିଲ୍ଲାର ନସରି ସହ ସଂଯୋଗ କରୁଛି।ଏହି ସୁଡଙ୍ଗ ଜାମ୍ମୁ-ଶ୍ରୀନଗର ରାଜମାର୍ଗ ଏବଂ ଶିବାଳିକା ପାହାଡ ମଧ୍ୟରେ ନିର୍ମାଣ ହୋଇଛି । ଏହି ସୁଡଙ୍ଗ ନିର୍ମାଣ ହେବା ପରେ ଶ୍ରୀନଗର ଏବଂ ଜାମ୍ମୁକୁ ମାତ୍ର ଦୁଇ ଘଣ୍ଟାରେ ପହଞ୍ଚି ଯାଇହୁଏ। ଚିନେନୀ ନାସରି ସୁଡଙ୍ଗ ଜାମ୍ମୁ ଓ କାଶ୍ମୀର ମଧ୍ୟରେ ୩୦ କିମିର ଦୂରତା ହ୍ରାସ ପାଇଛି । ସୁଡଙ୍ଗ ନିର୍ମାଣରେ ପ୍ରାୟ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Comments are closed.