ଛେନା କେସରୀ

0

ଆବଶ୍ୟକ ସାମଗ୍ରୀ:
କ୍ଷୀର- ଅଧ ଲିଟର
ଲେମ୍ବୁ- ଅଧା କଟା ହୋଇଥିବା
ଚିନି- ସ୍ୱାଦ ଅନୁସାରେ
କେସର
କାଜୁ ଓ କିସମିସ- ୮ରୁ ୧୦ଟି
ବାଦାମ(ସଜାଇବା ପାଇଁ)


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଏକ ବଡ଼ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିଲା ପରେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ। କ୍ଷୀର ଫାଟି ଗଲା ପରେ ସେଥିରେ କେସର ପକାନ୍ତୁ। କ୍ଷୀରରୁ ପାଣି ସମ୍ପୁର୍ଣ୍ଣ ରୂପେ ଶୁଖି ଗଲା ପର୍ଯ୍ୟନ୍ତ ଫୁଟାନ୍ତୁ। ବଳିଥିବା ଗାଢ଼ କ୍ଷୀରରେ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ତାପରେ ସେଥିରେ କାଜୁ ଓ କିସମିସ ପକାଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତାକୁ ୨୦ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ। ତା ଉପରେ ବାଦାମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା କେସରୀ।

Leave A Reply