ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ୬ ଗିିରଫ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ଏକ ବେସରକାରୀ ସଂସ୍ଥାରେ ଚାକିରି କରାଇଦେବାକୁ କହି ଯୁବକ ଯୁବତୀଙ୍କୁ ଠକିଥିବା ୬ଜଣଙ୍କୁ ଟାଉନ ପୁଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ନରଣପୁରସ୍ଥିତ ଗ୍ଲେଜ ଇଣ୍ଡିଆ ପ୍ରାଇଭେଟ ଲିଃ ସଂସ୍ଥାର କର୍ମଚାରୀ ଯୁବକ ଯୁବତୀଙ୍କୁ ଓଡିଶା କର୍ପୋରେଟ ଅଫିସରେ ଚାକିରି କରାଇଦେବା ଲୋଭ ଦେଖାଇ କିଛିଦିନ ହେବ ଜଣ ପିଛା ୧୨ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। ବେକାର ଯୁବକ ଯୁବତୀମାନେ ଏହାର କୌଣସି ସୁଫଳ ନପାଇ ଠକାମିର ଶିକାର ହୋଇଥିବା ଜାଣିବା ପରେ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ଏକ ମାମଲା ରୁଜୁ କରି କଟକ ଜିଲା ମାହାଙ୍ଗାର ଅମିତ କୁମାର ସାମଲ, ଯାଜପୁର ବାଲିଚନ୍ଦ୍ରପୁରର କିଶୋର ସାମଲ, ବାଲିକୁଦା ଅଞ୍ଚଳର ଅନସୂୟା ମହାନ୍ତି, ରାଉରକେଲାର ସୀମା ସାହୁ, ମାହାଙ୍ଗାର ନଳିନୀ ସ୍ୱାଇଁ, ଜଗତସିଂହପୁରର ବର୍ଷାରାଣୀ ବେହେରାଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଚଢଉ ବେଳେ ସଂସ୍ଥାର ବହୁ କାଗଜପତ୍ର, ରସିଦ ବହି ଏବଂ ଅନ୍ୟାନ୍ୟ ସନ୍ଦେହଯୁକ୍ତ କାଗଜପତ୍ର ଜବତ କରାଯାଇଛି। ଟାଉନ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Comments are closed.