www.samajalive.in
Monday, December 8, 2025
24.1 C
Bhubaneswar

ଏହି ପରୀକ୍ଷାରେ ୧୦ ମିନିଟ୍‌ରେ ଜାଣିପାରିବେ କ୍ୟାନସର୍‌ ହୋଇଛି କି ନାହିଁ ।

କ୍ୱିଇନସ୍‌ଲ୍ୟାଣ୍ଡ . – ଏବେ ମାତ୍ର ୧୦ ମିନିଟ୍‌ ମଧ୍ୟରେ କାହାକୁ କ୍ୟାନସର୍‌ ହୋଇଛି କି ନାହିଁ ଜଣା ପଡିଯିବ । ଅଷ୍ଟ୍ରେଲିଆର କ୍ୱିଇନସ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହାକୁ ଏକ ଚମତ୍କାର ଗବେଷଣା ବୋଲି ଅନ୍ୟ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ବିଳମ୍ବରେ କ୍ୟାନସର ବିଷୟରେ ଜଣା ପଡୁଥିବାରୁ ଏହାର ଚିକିତ୍ସା କରିବାରେ ବିଳମ୍ବ ହେଉଥିଲା । ଏଥିପାଇଁ ଅନେକଙ୍କର ମୃତ୍ୟୁ ହେଉଥିଲା । ଏବେ ଅତି ସହଜରେ ମାତ୍ର ୧୦ ମିନିଟ୍ ମଧ୍ୟରେ କ୍ୟାନସର ବିଷୟରେ ଜଣା ପଡିଯିବ ।
ଖୁବ୍‌ ଶୀଘ୍ର ଏହି ପରୀକ୍ଷାକୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ଏବେ କ୍ୟାନସର ବିଷୟରେ ଜାଣିବା ପାଇଁ ବିଭିନ୍ନ ପରୀକ୍ଷଣ ବେଶ୍‌ ଲମ୍ବା ସମୟ ନେଉଛି । ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ମାକ୍ର କ୍ୱିଇନସ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ବାହାରିଥିବା ଏହି ପରୀକ୍ଷା ବେଶ୍‌ ସହଜ । ଏଥିରେ କିଛି ବୁନ୍ଦା ରକ୍ତର ଆବଶ୍ୟକତା ରହିଛି। ରକ୍ତିରେ ଏକ ରାସାୟନିକ ଦ୍ରବ୍ୟ ମିଶାଇରେ ଡିଏନ୍‌ଏ ଭଲ ଥିଲେ ଏହା ଅଲଗା ପ୍ରତିକ୍ରିୟା ଓ ଖରାପ ଥିଲେ ଅଲଗା ପ୍ରତିକ୍ରିୟା ଦର୍ଶାଇବ । ଏଥିରେ ରକ୍ତର ରଙ୍ଗରେ ପରିବର୍ତ୍ତନ ହବେ । ରଙ୍ଗ ନୀଳ ହୋଇଗଲେ କ୍ୟାନସର ନାହିଁ । ମାତ୍ର ରଙ୍ଗ ପରିବର୍ତ୍ତନ ନକଲେ କ୍ୟାନସର ଥିବ ବୋଲି ଏହି ଗବେଷଣାରୁ ଜଣା ପଡିଛି ।

ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟର ଗବେଷଣା କରୁଥିବା ଗବେଷକମାନେ ଏହାକୁ ବେଶ୍ ପ୍ରଶଂସା କରିଛନ୍ତି । ଏହି ପରୀକ୍ଷା ବି ଅତି ଶସ୍ତା । କ୍ୟାନସରର ପ୍ରଥମାବସ୍ଥାରୁ ଏହା ସୂଚନା ଦେଇ ପାରିବ । ଏଥିଯୋଗୁଁ ଶୀଘ୍ର ଚିକିତ୍ସା ଆରମ୍ଭ କରିବା ସହ ଅନେକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରିବ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories