ସପ୍ତମ ପାସ୍‌ କରିଥିବା ବ୍ୟକ୍ତି କମ୍ପାନୀ ପ୍ରତିଷ୍ଠା କରି  ୨୦ ଲକ୍ଷ ଲୋକଙ୍କ ଠାରୁ ଠକିନେଲେ ୧୨୦୦ କୋଟି

0

ନୂଆଦିଲ୍ଲୀ . – ସପ୍ତମ ପାସ୍‌ କରିଥିବା ଜଣେ ବ୍ୟକ୍ତି ଏକ କମ୍ପାନୀ ପ୍ରତିଷ୍ଠା କରି ୨୦ ଲକ୍ଷ  ଲୋକଙ୍କ ଠାରୁ ପ୍ରାୟ ୧୨୦୦ କୋଟି ଟଙ୍କା ଠକି ନେଇଛନ୍ତି । ରାଧେ ଶ୍ୟାମ ନାମକ ଏହି ବ୍ୟକ୍ତି ଜଣଙ୍କ ସପ୍ତମ ଶ୍ରେଣୀରୁ ପାଠ ପଢିବା ଛାଡି ଦେଇଥିଲେ । ଏହାପରେ ସେ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଧୀରେ ଧୀରେ ଲୋକଙ୍କୁ ପ୍ରଭାବିତ କରି ସେ ଟଙ୍କା ଆଦାୟ କରିଥିଲେ । ସେ ଏକ ବହୁ ସ୍ତରୀୟ ମାର୍କେଟିଂ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

ଲୋକଙ୍କୁ ୭ ହଜାର ୫୦୦ ଟଙ୍କା ବିନିଯୋଗ କଲେ ଦୁଇ ବର୍ଷ ପରେ ୬୦ ହଜାର ଟଙ୍କା ପାଇବ ବୋଲି ଲୋଭ ଦେଖାଇଥିଲେ । ଏଥିରେ ତେଲେଙ୍ଗାନା ,ଆନ୍ଧ୍ରପ୍ରଦେଶ ସହ ବିଭିନ୍ନ ରାଜ୍ୟର ପ୍ରାୟ ୨୦ ଲକ୍ଷ ଲୋକ ଟଙ୍କା ବିନିଯୋଗ କରିଥିଲେ । ମାତ୍ର ନିର୍ଦ୍ଧାରିତ ସମୟରେ କେହି ଟଙ୍କା ପାଇ ନ ଥିଲେ । ଏହାପରେ ଥାନାରେ ଅଭିଯୋଗ ହୋଇଥିଲା । ସାଇବରାବାଦ ପୁଲିସ ଏହି ଘଟଣାର ତଦନ୍ତ କରି ରାଧେଶ୍ୟାମ ସହ ତାଙ୍କର ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗିରଫ କରିଛି ।

Leave A Reply