ତେନ୍ତୁଳି  ଚଟପଟା  ଅଣ୍ଡା

ଅଣ୍ଡା – ୬ଟି

ତେଲ – ଆବଶ୍ୟକ ପରିମାଣରେ

ଲୁଣ – ଆବଶ୍ୟକ ପରିମାଣରେ 

ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ

ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ

ଗରମ ମସଲା – ଆବଶ୍ୟକ ପରିମାଣରେ

ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ

ପେଷା ଟମାଟୋ – ଆବଶ୍ୟକ ପରିମାଣରେ 

କଞ୍ଚାଲଙ୍କା – ୩ଟି

କଟା ପିଆଜ – ୨ଟି 

ଧନିଆ ପତ୍ର – ଅଳ୍ପ

ତେନ୍ତୁଳି ରସ – ଅଳ୍ପ

ପୁଦିନା ପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ରଖନ୍ତୁ। ଏଥିରେ ଲୁଣ, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସରେ ତାୱା ଗରମ କରି ଏଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ରଖିଥିବା ଅଣ୍ଡାକୁ ପକାଇ ଆମଲେଟ ପ୍ରସ୍ତୁତ କରନ୍ତୁ। ଆମଲେଟର ଗୋଟେ ପାଖ ହୋଇଗଲେ ଏହାକୁ ରୋଲ ଭଳି ଗୁଡ଼ାଇ ଏକ ପାତ୍ରକୁ କାଢନ୍ତୁ ଓ ଛୁରୀରେ କାଟି ରଖନ୍ତୁ। ଏହା ପରେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ପେଷା ଟମାଟୋ ପକାଇ ଗୋଳାନ୍ତୁ। ଏହା ପରେ ଅଦା, ରସୁଣ ବଟା, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ପକାଇ କଷନ୍ତୁ। କଷି ହୋଇଗଲେ ତେନ୍ତୁଳି ରସ, ଧନିଆ ପତ୍ର, ପୁଦିନା ପତ୍ର, କାଟି କରି ରଖିଥିବା ଅଣ୍ଡା ଆମଲେଟ ପକାଇ ଗୋଳାନ୍ତୁ। ୧ ମିନିଟ ମଧ୍ୟରେ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

 

Comments are closed.