ମକା ଚାର୍ଟ

0

ଆବଶ୍ୟକ ସାମଗ୍ରୀ
ସିଝା ମକା – ୨କପ
ସିଝା ଆଳୁ – ୨ଟି
କଟା ପିଆଜ – ୨ଟି
କଟା ଟମାଟୋ – ୧ଟି
କଟା ଧନିଆ – ଅଳ୍ପ
ତେନ୍ତୁଳି ଚଟଣି – ଅଳ୍ପ
କଟା ସେଓ – ଅଳ୍ପ
କଞ୍ଚା ଲଙ୍କା ଚଟଣି – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଳା ଲୁଣ – ସାମାନ୍ୟ
ଚାର୍ଟ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସିଝା ଆଳୁକୁ ରଖି ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ସିଝା ମକା, ଚକଟିଥିବା ଆଳୁ, କଟା ପିଆଜ, କଟା ଟମାଟୋ, ତେନ୍ତୁଳି ଚଟଣି, କଞ୍ଚା ଲଙ୍କା ଚଟଣି, ଧନିଆ ପତ୍ର, ଚାର୍ଟ ମସଲା,ଲୁଣ, କଳା ଲୁଣ, ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟକୁ କାଢନ୍ତୁ। ଏହା ଉପରେ ଚାର୍ଟ ମସଲା, କଟା ସେଓ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମକା ଚାର୍ଟ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply