ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

କେନ୍ଦୁଝର : ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳ ୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ସହିତ ୨ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ଫକୀର ମୋହନ ନାୟକଙ୍କୁ ବଦଳାଇ ତାଙ୍କ ସ୍ଥାନରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ଟିକେଟ୍ ମିଳିଥିଲା। ଏବେ ତାଙ୍କ ସ୍ଥାନରେ ତେଲକୋଇ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ଦଳେଇ। ସେହିପରି ପାଟଣା ବିଧାନସଭା ପ୍ରାର୍ଥୀ ମଧ୍ୟ ବଦଳାଇଛି କଂଗ୍ରେସ। ଗୋପେଶ୍ୱର ନାଏକଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ଟିକେଟ୍ ଦେଇଛି। ତେବେ ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନରେ ଦଳ କାହିଁକି ପ୍ରାର୍ଥୀ ବଦଳାଇଲା ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.