୨୦ତାରିଖ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚିବ ’ଚନ୍ଦ୍ରଯାନ-୨’ : ଇସ୍ରୋ

ନୂଆଦିଲ୍ଲୀ : ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚନ୍ଦ୍ରଯାନ-୨, ଚନ୍ଦ୍ରର  କକ୍ଷରେ ପହଞ୍ଚିବ। ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଡା.କେ.ଶିବନ କହିଛନ୍ତି। ଭାରତୀୟ ମହାକାଶ ବିଜ୍ଞାନର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ଜନ୍ମ ଶତାଦ୍ଦୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡା. ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଏବେ ପୃଥିବୀର କକ୍ଷରେ ଘୁରି ବୁଲୁଛି । ଆସନ୍ତା ବୁଧବାର ଏହାର ଗତିପଥରେ ପରିବର୍ତ୍ତନ କରାଯିବ। ପରେ ଏହା ପୃଥିବୀକୁ ଛାଡି ଚନ୍ଦ୍ର ଅଭିମୁଖେ ଗତି କରିବ ଓ ଶେଷରେ ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।

 

Comments are closed.