ଚନ୍ଦ୍ର ଗ୍ରହଣର କୁପ୍ରଭାବରୁ ବର୍ତ୍ତିବା ପାଇଁ ରାଶି ଅନୁସାରେ କରନ୍ତୁ ଏହି ଉପାୟ

0

ନୂଆବର୍ଷ ୨୦୧୯ରେ ପ୍ରଥମ ସୂର୍ଯ୍ୟପରାଗ ପରେ ଆଜି (ସୋମବାର) ହେଉଛି ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ କର୍କଟ ରାଶି ଓ ପୁଷ୍ୟା ନକ୍ଷତ୍ରରେ ଲାଗିବ । ହେଲେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଦକ୍ଷିଣ ଆମେରିକା, ୟୁରୋପ, ଆଫ୍ରିକା ଓ ମଧ୍ୟ ମହାସାଗରେ ଏହା ଦେଖା ଦେବ । ଚନ୍ଦ୍ରଗ୍ରହଣ ଆମର ମନ ଓ ମସ୍ତିଷ୍କ ଉପରେ ବହୁ ପ୍ରଭାବ ପକାଇଥାଏ । ଚନ୍ଦ୍ରଗ୍ରହଣ ର ପ୍ରଭାବ ଏକ ପକ୍ଷ ଆର୍ଥାତ୍ ୧୫ ଦିନ ପର୍ଯ୍ୟନ୍ତ ରହିଥାଏ । ଚନ୍ଦ୍ରମା ଜଳର କାରକ ହୋଇଥିବାରୁ ପୃଥିବୀ ଉପରେ ଜଳ ସମ୍ବନ୍ଧୀୟ ଦୁର୍ବିପାକ ଓ ଭୂକମ୍ପ ଭଳି ପ୍ରାକୃତିକ ଦୁର୍ଦ୍ଦଶା ଆସିପାରେ । ତେବେ ଆସନ୍ତୁ ଜାଣିବା ମଣିଷ ଉପରେ ଏହାର କ’ଣ ରହିବ ପ୍ରଭାବ ଏବଂ ରାଶି ଅନୁଯାୟୀ ଏହାର ପ୍ରତିକାର ।

ମେଷ: ଚନ୍ଦ୍ର ଗ୍ରହଣ ପ୍ରଭାବରେ ଏହି ରାଶିର ଲୋକର ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏଥିପାଇଁ ମେଷ ରାଶିର ଲୋକମାନେ ଭଗବାନ ଶିବଙ୍କୁ ପୂଜା କରିବା ସହ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

ବୃଷ: ସାନ ଭାଇ ଓ ଭଉଣୀଙ୍କ ସହ ବାଦବିବାଦ ଦେଖା ଦେଇପାରେ । ଏହାର ପ୍ରତିକାର ସ୍ବରୂପ ଏହି ରାଶିର ଲୋକମାନେ ଧଳା ଜିନିଷ ଦାନ କରନ୍ତୁ । ଯେପରି ଚାଉଳ ଏବଂ ଧଳା ବସ୍ତ୍ର ।

ମିଥୁନ: ପରିବାରରେ ଅକାରଣରେ କଳହ ସୃଷ୍ଟି ହୋଇପାରେ । ତେଣୁ ଏହି ରାଶିର ଲୋକମାନେ ପରିବାର ସହ ମିଶି କଞ୍ଚା କ୍ଷୀରରେ ରୁଦ୍ରାଭିଷେକ କରିବା ଉଚିତ୍ ।

କର୍କଟ: ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଚନ୍ଦ୍ର ଗ୍ରହଣର କୁପ୍ରଭାବ ପଡିପାରେ । ଏଥିପାଇଁ ଏହି ରାଶିର ସବୁ ଲୋକମାନେ ଚନ୍ଦ୍ରମାଙ୍କ ମନ୍ତ୍ର ‘ଓଁ ସୋମ ସୋମାୟ ନମଃ’ ଜପ କରନ୍ତୁ ।

ସିଂହ: ଚନ୍ଦ୍ର ଗ୍ରହଣ ପ୍ରଭାବରେ ଏହି ରାଶିର ଲୋକଙ୍କ ଖର୍ଚ୍ଚ ବହୁତ ବଢି ଯାଇପାରେ । ଏହାକୁ ରୋକିବା ପାଇଁ କୌଣସି ଅଭାବୀ ବା ଦରକାରୀ ଲୋକଙ୍କୁ ଔଷଧ ଦାନ କରନ୍ତୁ । ଏହା ସହ ‘ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।

କନ୍ୟା: କାର୍ଯ୍ୟ ବିଳମ୍ବରେ ହେବା ସହ ଲାଭ ମଧ୍ୟ କମ୍ ହୋଇପାରେ । ଏଥିରୁ ମୁକ୍ତି ପାଇଁ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର ଚଢାନ୍ତୁ ।

ତୁଳା: କ୍ୟାରିୟରରେ ପରିବର୍ତ୍ତନ ଦେଖା ଦେଇପାରେ । ଶୁଭ ଫଳ ପାଇଁ ଧଳା ଜିନିଷ ଦାନ କରନ୍ତୁ । ଚନ୍ଦ୍ରମାଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ନିଜ ମା’ଙ୍କୁ କେତେକ ଧଳା ଜିନିଷ ଉପହାର ଦିଅନ୍ତୁ ।

ବିଚ୍ଛା: ଚନ୍ଦ୍ର ଗ୍ରହଣ ପ୍ରଭାବରେ ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖା ଦେଇପାରେ । ଏହା ସହ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡି ଯାଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ ପୂଜା ପାଠ କରନ୍ତୁ ।

ଧନୁ: ଶ୍ବଶୁର ଘର ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ହଠାତ୍ କୌଣସି ଦୁର୍ଘଟଣା ଘଟିପାରେ । ଏଥିରୁ ବର୍ତ୍ତିବା ପାଇଁ ‘ଓଁ ନମଃ ଶିବାୟ’ ଜପ କରନ୍ତୁ ।

ମକର: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡିପାରେ । ଜୀବନସାଥୀଙ୍କ ସହ ବାଦବିବାଦ ବଢିପାରେ । ଏହାକୁ ଦୂର କରିବା ପାଇଁ ଜୀବନସାଥୀଙ୍କ ସହ ମିଶି ଶିବଶଙ୍କର ଙ୍କ ପରିବାରକୁ ପୂଜା କରନ୍ତୁ ।

କୁମ୍ଭ: ଜୀବନରେ ସଂଘର୍ଷ ବୃଦ୍ଧି ପାଇବା ସହ ରୋଗ ବ୍ୟାଧି ଏବଂ ଋଣ ଭାର ବଢିପାରେ । ନିଜ ଲୋକ ସହ ଅକାରଣରେ ଶତ୍ରୁତା ହୋଇପାରେ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶିବଲିଙ୍ଗ ଉପରେ ଡାହାଣ ହାତରେ ମହୁ ଚଢାନ୍ତୁ । ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ଏବଂ ମା’ଙ୍କ ଚରଣ ସ୍ପର୍ଶ କରନ୍ତୁ ।

ମୀନ: ସନ୍ତାନ କଷ୍ଟ ସହ ଆପଣଙ୍କ ପେଟ ଜନିତ ସମସ୍ୟା ଉତ୍ପନ୍ନ ହୋଇପାରେ । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଶିବଶଙ୍କର ଙ୍କ ପୂଜା କରନ୍ତୁ ଏବଂ ଘରର ଉତ୍ତର ପୂର୍ବ ଦିଗକୁ ସର୍ବଦା ସଫା ରଖନ୍ତୁ ।

Leave A Reply