ଚ୍ୟାମ୍ପିୟନ୍ସ ଟ୍ରଫି : ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ଭାରତ

0

ବେଡା : ଚ୍ୟାମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଭାରତ ଅଲମ୍ପିକ ବିଜେତା ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଛି। ଭାରତର ଏହା ଲଗାତାର ଦ୍ୱିତୀୟ ବିଜୟ। ଭାରତ ତରଫରୁ ହରମନପ୍ରୀତ ସିଂ ଓ ମନଦୀପ ସିଂ ଦୁଇଟି ଗୋଲ କରିଥିଲେ। ଆର୍ଜେଣ୍ଟିନା ତରଫରୁ ଗୋଞ୍ଜାଲେଜ ପେଲିଏଟ ଗୋଟିଏ ଗୋଲ କରିଥିଲେ।
ଖେଳର ଦ୍ୱିତୀୟ କ୍ୱାଟରର ୧୭ମିନିଟ ପରେ ଭାରତର ହରମନପ୍ରୀତ ସିଂ ପ୍ରଥମ ଗୋଲ କରିଥିଲେ। ଖେଳର ୨୮ ମିନିଟ ପରେ ଦଲପ୍ରୀତ ମନପ୍ରୀତକୁ ପାସ କରିବାପରେ ଅନ୍ୟ ଏକ ଗୋଲ ଭାରତୀୟ ହକି ଦଳକୁ ମିଳିଥିଲା। ଏହାପରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଖେଳର ୪୩ମିନିଟ ପରେ ଆର୍ଜେଣ୍ଟିନା ନିଜର ପ୍ରଥମ ଗୋଲ କରିପାରିଥିଲା। ଏହି ମ୍ୟାଚକୁ ୨-୧ ଗୋଲରେ ଭାରତ ଜିତିଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

Leave A Reply