୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶର ୨ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ଓ ବ୍ରଡ୍‍ବ୍ୟାଣ୍ଡ

୧ଲକ୍ଷ ୨୮ହଜାର ଗ୍ରାମପଞ୍ଚାୟତକୁ ମିଳିଛି ଇଣ୍ଟରନେଟ୍‍ ଓ ବ୍ରଡ୍‍ବ୍ୟାଣ୍ଡ ସେବା

ନୂଆଦିଲ୍ଲୀ : ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଦେଶର ଦୁଇଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ଓ ବ୍ରଡ୍‍ବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ରାଜ୍ୟସଭାରେ ଗୁରୁବାର ଏକ ଲିଖିତ ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଚଳିତ ମାସ ୭ ତାରିଖ ସୁଦ୍ଧା ୧ଲକ୍ଷ ୨୮ହଜାର ଗ୍ରାମପଞ୍ଚାୟତରେ ଏହି ସେବା କାର୍ଯ୍ୟକାରୀ ହୋଇସାରିଛି। ମନ୍ତ୍ରୀ କହିଛନ୍ତି, ଭାରତ ନେଟ୍‍ ପ୍ରକଳ୍ପକୁ ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ୨ଲକ୍ଷ ୫୦ହଜାର ଗ୍ରାମପଞ୍ଚାୟତକୁ ବ୍ରଡ୍‍ବ୍ୟାଣ୍ଡ ଓ ଇଣ୍ଟରନେଟ୍‍ ଯୋଗେ ସଂଯୋଗ କରାଯିବ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୫ ହଜାର ଗ୍ରାମପଞ୍ଚାୟତରେ ୱାଇଫାଇ ହଟ୍‍ସ୍ପଟ୍‍ ସ୍ଥାପନ କରାଯାଇଛି ଓ ୧୬ହଜାର ଗ୍ରାମପଞ୍ଚାୟତରେ ଏହି ସେବା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି।

Comments are closed.