ବୃଦ୍ଧି କରାଯିବ କେନ୍ଦ୍ରୀୟ ଫରେନ୍‍ସିକ୍‍ ସାଇନ୍ସ ଲାବେରୋଟରୀର କାର୍ଯ୍ୟ ପରିସର

ନୂଆଦିଲ୍ଲୀ : ଦେଶର ୬ଟି ଯାକ କେନ୍ଦ୍ରୀୟ ଫରେନ୍‍ସିକ୍‍ ସାଇନ୍ସ ଲାବେରୋଟରୀର କାର୍ଯ୍ୟ ପରିସରକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫରେନ୍‍ସିକ୍‍ ସାଇକୋଲଜିକୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏ କ୍ଷେତ୍ରରେ ଦେଶ ବାହାରର ଅଭିଜ୍ଞ ଲୋକଙ୍କୁ ସାମିଲ କରାଯିବ। ଏହାଦ୍ୱାରା ଏହି କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀର ଫରେନ୍‍ସିକ୍‍ ସାଇନ୍ସ ସର୍ଭିସେସ୍‍ ନିର୍ଦ୍ଦେଶାଳୟ ଏବଂ ଅହମ୍ମଦାବାଦ ସ୍ଥିତ ଗୁଜରାଟ ଫରେନ୍‍ସିକ୍‍ ସାଇନ୍ସ ବିଶ୍ବବିଦ୍ୟାଳୟର ବ୍ୟବହାରିକ ବଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

Comments are closed.