ଟିକଟକ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ

ନୂଆଦିଲ୍ଲୀ : ମୋବାଇଲ ଆପ୍ ଟିକଟକ୍ ଓ ହେଲୋକୁ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। ଇଲେ​‌େ​‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନୋଟିସରେ କୁହାଯାଇଛି ଯେ ଲୋକମାନେ ଏହି ମୋବାଇଲ ଆପ୍ ମାଧ୍ୟମରେ ଦେଶ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ଜବାବ ଦେବାକୁ ଉଭୟ ଆପ୍‌ର ଅଧିକାରୀଙ୍କୁ ସରକାର କହିଛନ୍ତି। ମନ୍ତ୍ରଣାଳୟର ନୋଟିସରେ ସାଇବର ଆଇନ ଓ ଇଣ୍ଟରନେଟ ସୁରକ୍ଷା ସମ୍ପର୍କିତ କେତେକ ପ୍ରଶ୍ନ ଦିଆଯାଇଛି। ଏହି ସବୁ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବାକୁ କୁହାଯାଇଛି। ଅନ୍ୟଥା ସେମାନଙ୍କ ଆପ୍ ଉପରେ ନିଷେଧାଦେଶ ଜାରି କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ମିଛ ରାଜନୈତିକ ପ୍ରଚାର ବିଜ୍ଞାପନ ମାଧ୍ୟମରେ ଏହି ଆପ୍ ବିପୁଳ ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି।

Comments are closed.