୯ଟା ୪୦ ସୁଦ୍ଧା ଏନଡିଏ ୩୦୭, ୟୁପିଏ ୧୧୬ ଓ ଅନ୍ୟାନ୍ୟ ୮୨ ଆସନରେ ଆଗୁଆ; ଓଡ଼ିଶାରେ ବିଜେଡି ୪, ବିଜେପି ୩ ଆସନରେ ଆଗୁଆ

ନୂଆଦିଲ୍ଲୀ/ଭୁବନେଶ୍ଵର: ଲୋକସଭା ଏବଂ ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ହୋଇଛି। ଗୁରୁବାର ସକାଳ ୮ଟାରୁ ଦେଶବ୍ୟାପୀ ବିଭିନ୍ନ ଭୋଣ ଗଣତି କେନ୍ଦ୍ରରେ ଭୋଟ ଗଣନା ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହେବା ପରେ ଇଭିଏମର ଭୋଟ ଗଣନା ହେଉଛି।

ସକାଳ ୯ଟା ୩୦ ସୁଦ୍ଧା ହୋଇଥିବା ଭୋଟ ଗଣନା ଅନୁସାରେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୦୭ ଆସନରେ ଆଗୁଆ ରହିଛି। ସେହିପିର କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ୧୧୬ଟି ଏବଂ ଅନ୍ୟାନ୍ୟ ଦଳ ୮୨ଟି ଆସନରେ ଆଗୁଆ ରହିଛନ୍ତି।

ସେହିପରି ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୪ ଓ ବିଜେପି ୩ଟି ଆସନରେ ଆଗୁଆ ରହିଛି। ବଲାଙ୍ଗୀର, ଢେଙ୍କାନାଳ ଏବଂ ଭୁବନେଶ୍ଵର ଲୋକସଭା ଆସନରେ ବିଜେପି ଆଗରେ ଥିବାବେଳେ ନବରଙ୍ଗପୁର, ଆସିକା ଓ ଅନ୍ୟ ୨ଟି ଲୋକସଭା ଆସନରେ ବିଜେଡି ଆଗୁଆ ରହିଛି।

Comments are closed.