ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ୭ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର:ସାମୁଦ୍ରିକ ଝଡ଼ ବୁଲବୁଲରେ କ୍ଷତିଗ୍ରସ୍ତ ଓଡିଶା ପରିଦର୍ଶନ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ୭ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ। ଏହି ୭ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଭଦ୍ରକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଛନ୍ତି। ଆଜି ଭଦ୍ରକ ଏବଂ ଆସନ୍ତାକାଲି ଅର୍ଥାତ ୧୫ ତାରିଖରେ କେନ୍ଦ୍ରାପଡାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ଏହି ଟିମ୍। ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ବର​‌ରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେବେ ଏହି ୭ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ। ଏହି ବୈଠକରେ ବାତ୍ୟା ବୁଲବୁଲରେ କେତେ କ୍ଷୟକ୍ଷତି ହୋଇଛି ତାହାର ତର୍ଜମା କରାଯିବ।

Comments are closed.