ସିସିଟିଭି କ୍ୟାମେରାରେ କଏଦ ହେଲା ୨ ଟ୍ରେନ ମୁହାଁମୁହିଁ ଧକ୍କା ହେବାର ଦୃଶ୍ୟ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଗତ ସୋମବାର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ହାଇଦ୍ରାବାଦର କାଚିଗୁଡ଼ା ଷ୍ଟେଶନରେ ଏହି ଟ୍ରେନ ଦୁର୍ଘଟଣାର ଲାଇଭ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଷ୍ଟେଶନ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଦୁର୍ଘଟଣା ସମୟର ଦୃଶ୍ୟ କଏଦ ହୋଇଛି। ଦୁଇଟି ଯାକ ଟ୍ରେନ ପରସ୍ପରର ବିପରୀତ ଦିଗରୁ ଆସୁଥିବାବେଳେ ଷ୍ଟେଶନ ନିକଟରେ ମୁହାଁମୁହିଁ ଧକ୍କା ହେଉଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ ଗୋଟିଏ ଟ୍ରେନର ବଗିଗୁଡ଼ିକ ଉପରକୁ ଉଠିଯାଇ ଲାଇନଚ୍ୟୁତ ହୋଇଥିବା ଦେଖାଯାଇଛି। ତେବେ ଟ୍ରେନ ଦୁଇଟିର ବେଗ କମ୍‌ ଥିବାରୁ ବଡ଼ ଦୁର୍ଘଟଣା ଘଟି ନ ଥିଲା।

Comments are closed.