ସୋମବାର ରାଶିଫଳ

0

ମେଷ: ଜଞ୍ଜାଳ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପାଇବେ।

ବୃଷ: ଯାତ୍ରା ଶୁଭଦାୟକ ହେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ବ୍ୟୟ ବହୁଳ ଯୋଗୁଁ ବ୍ୟସ୍ତ ହୋଇପାରନ୍ତି। ବନ୍ଧୁମାନେ କରଛଡ଼ା ଦେଲେ ବି ଆପଣଙ୍କ ସୁମଧୁର ଭାଷା ତାଙ୍କୁ ନିକଟତର କରିବ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ଚେଷ୍ଟିତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। କାର୍ଯ୍ୟ ସଫଳ ହେବ।

କର୍କଟ: କର୍ତ୍ତବ୍ୟ ନିଷ୍ଠ ହେବେ। କୁଳଦୀପକ ହୋଇପାରନ୍ତି। ମନରେ ପ୍ରସନ୍ନ ଭାବ ସୃଷ୍ଟି ହେବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପାରିପାରିକ ସ୍ନେହ ମିଳିବ।

ସିଂହ: ଆମୋଦ-ପ୍ରମୋଦ ପ୍ରତି ଆକର୍ଷିତ ହୋଇପାରନ୍ତି। ସାମୟିକ ଭାବେ ବିଶ୍ରାମ ନେଇ ସୁଖୀ ହେବେ। ଭାଗ୍ୟଶାଳୀ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।

କନ୍ୟା: ଦୂର ଯାତ୍ରା ପାଇଁ ଖବର ମିଳି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କରି ସଦ୍‍ଭାବନା ରକ୍ଷା କଲେ ସୁଫଳ ମିଳିବ। ବିଶୁଦ୍ଧ ଭାଷୀ ହେବେ। ଅର୍ଥ ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ତୁଳା: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟରୁ ଭଲ ଲାଭ ପାଇବେ। ସମାଜସେବୀ ହୋଇପାରନ୍ତି। ମନରେ ବେଳେ ବେଳେ ଅହଂଭାବ ଉଦ୍ରେକ ହେବ। ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି।

ବିଛା: ଧର୍ମ ଧାରାରେ ପରିଚାଳିତ ହେବେ। ଶତ୍ରୁ ଭୟଭୀତ କରିବାକୁ ଉଦ୍ୟମ ଚଳାଇ ପାରେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ବଳଶାଳୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ସୁସ୍ଥ ରହିବେ।

ଧନୁ: ବିଚାର, ଆଲୋଚନା ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପ୍ରତିରୋଧର ସମ୍ମୁଖୀନ ହେବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିରୁ ଲାଭ ମିଳିବ।

କୁମ୍ଭ: ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଭକ୍ତି, ସମ୍ମାନ ଓ ଆଦର ପାଇବେ। ବିବାଦରେ ବିଜୟୀ ହେବେ।

ମୀନ: ସମୟ ଅନୁକୂଳ ଅଛି। ଭାଗ୍ୟର ପରିବର୍ତ୍ତନ ଘଟିବ। ବିଭିନ୍ନ ଦିଗରୁ ଧନାଗମ ହେବ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟା ପ୍ରେମୀ ହେବେ। ମିତ୍ର ସୁଖ ମିଳିବ। ପତ୍ନୀଙ୍କ ସେବା ଧର୍ମ ଆପଣଙ୍କୁ ମହାନ୍‍ କରିପାରେ।

Leave A Reply