ଆଇପିଏଲ୍ କ୍ରିକେଟ : ମୁମ୍ବଇ ବନାମ ପଞ୍ଜାବ

0

ଇନ୍ଦୋର : ଆଇପିଏଲ୍ କ୍ରିକେଟ – ୨୦୧୮ରେ  ଆଜି ରାତି ୮ଟାରେ ଇନ୍ଦୋରରେ ମୁମ୍ବଇ ଇଣ୍ଡିଆନ୍‍ସ ଏବଂ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ତେବେ ଗତଥରର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‍ସ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହିତ ୪ ପଏଣ୍ଟ ପାଇ ୮ମ ସ୍ଥାନରେ ଥିବାବେଳେ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ।

ଗୁରୁବାର କଲକାତା ଠାରୁ ପରାଜିତ ​‌ ହେବା ପରେ  ଚେନ୍ନଇ ସୁପର କିଙ୍ଗସ  ପ୍ରଥମରୁ ଦ୍ବିତୀୟ ସ୍ଥାନକୁ ଖସିଛି। ସନ୍‍ରାଇଜର୍ସ ହାଇଦରାବାଦ ପୁଣି ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ବଜାୟ ରଖିପାରିଛି। ସନ୍‍ରାଇଜର୍ସ ହାଇଦରାବାଦ ଦ୍ବିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ହାଇଦରାବାଦ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରି ଶୀର୍ଷ ବା ପ୍ରଥମ ସ୍ଥାନରେ ରହିଛି ।  ଚେନ୍ନଇ ୯ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୩ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ  ସ୍ଥାନରେ ରହିଛି । ସେହିପରି  କଲକାତା ନାଇଟ ରାଇଡର୍ସ ୯ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୪ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି ।

ବାଙ୍ଗାଲୋର, ଦିଲ୍ଲୀ ଓ ରାଜସ୍ଥାନ ଯଥାକ୍ରମେ ୫ମ,ଷଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି।  ଅନ୍ୟପକ୍ଷରେ ଦିଲ୍ଲୀ ଡେୟାର ଡେଭିଲସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ତେବେ ରାଜସ୍ଥାନ ରୟାଲସ ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି।

Leave A Reply