ସିବିଏସ୍‌ଇର ଆକାଉଣ୍ଟାସି ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗ, ଏହାକୁ ଖଣ୍ଡନ କଲେ କର୍ତ୍ତୃପକ୍ଷ

0

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ନାରା ପରିଚାଳିତ ଦ୍ୱାଦଶ ଶ୍ରେଣୀର ଆକାଉଣ୍ଟାସିର ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ୍‌ ମିଡିଆ ହ୍ୱାଟସ୍‌ ଆପ୍‌ରେ ଏହା ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଅଭଯୋଗକୁ ସିବିଏସ୍‌ଇ ପକ୍ଷରୁ ଖଣ୍ଡନ କରାଯାଇଛି । କୌଣସି ପ୍ରଶ୍ନ ପତ୍ର ଲିକ୍‌ ହୋଇ ନାହିଁ  ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା କେନ୍ଦ୍ରମାନଙ୍କରେ ପ୍ରଶ୍ନ ପତ୍ରର ସିଲ୍‌ ଠିକ୍‌ ଥିବା ସିବିଏସ୍‌ଇ ପକ୍ଷ କୁହାଯାଇଛି । କିଛି ଲୋକ ଏହାକୁ ନେଇ ମିଛ ଜନରବ କରୁଛନ୍ତି । କେତେକ ଅଞ୍ଚଳରେ ପ୍ରଶ୍ନପତ୍ରକୁ ହ୍ୱାଟସ୍‌ ଆପରେ ଭାଇରାଲ କରିବକୁ ଚେଷ୍ଟା କରୁଛନ୍ତି । ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply