ନାଗସାପକୁ ରୋକିଲା ପୋଷା ବିରାଡ଼ି

0

ମାଲକାନାଗିରି : ମାଲକାନାଗିରି ଜିଲା ସଦର ମହକୁମାଠାରେ ମଙ୍ଗଳବାର ସକାଳେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନାକଟି ମନ୍ଦିର ସାହିର ପୁଲିସ କର୍ମଚାରୀ କାର୍ତ୍ତିକ ଗୁଣ୍ଠାଙ୍କ ଘରେ ଏକ ଚାରି ଫୁଟର ନାଗସାପ ପଶିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୌଭାଗ୍ୟବଶତଃ କାର୍ତ୍ତିକଙ୍କ ପୋଷା ବିରାଡ଼ି ଦୀର୍ଘ ଏକ ଘଣ୍ଟା ଧରି ନାଗସାପ ସହ ସଂଘର୍ଷ କରିବାପରେ ସାପଟିକୁ ସ୍ନେକ ହେଲ୍ପଲାଇନ ଦ୍ୱାରା ଧରାଯାଇଥିଲା। ବିରାଡ଼ିଟି ସାପକୁ ଘରକୁ ପୁରାଇ ନଦେବା ପାଇଁ ଚେଷ୍ଟା କରୁଥିବାବେଳେ ପଡୋଶୀ ଘର ଲୋକ ଏହା ଦେଖି ଘର ମାଲିକଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକ ସ୍ନେକ ହେଲ୍ପଲାଇନ ସଦସ୍ୟ ରାଜେଶଙ୍କୁ ଖବର ଦେବାପରେ ସାପଟିକୁ ସୁରକ୍ଷିତ ଭାବରେ ଧରାଯାଇଥିଲା। ପୋଷା ବିରାଡ଼ିଟିର ଶରୀରରେ ଆଂଶିକ କ୍ଷତ ଆସିଥିବାରୁ ପ୍ରଥମିକ ଚିକିତ୍ସା କରାଯାଇଛି।

Leave A Reply