କାଷ୍ଟିଂକାଉଚ୍‌ ସପକ୍ଷରେ କହି ବିବାଦରେ ସରୋଜ ଖାନ

0

ନୂଆଦିଲ୍ଲୀ : ତେଲୁଗ୍‌ ଅଭିନେତ୍ରୀ ଶ୍ରୀ ରେଡ୍ଡୀ ଅର୍ଦ୍ଧଉଲଗ୍ନ ହୋଇ କାଷ୍ଟିଂକାଉଚ୍‌ ବିରୋଧରେ ପ୍ରଦର୍ଶନ କରିଥିବାବେଳେ ବଲିଉଡ଼ କୋରିଓଗ୍ରାଫର ସରୋଜ ଖାନ କାଷ୍ଟିଂକାଉଚ ସପକ୍ଷରେ କହି ବିବାଦକୁ ଆସିଛନ୍ତି । ସରୋଜ୍‌ ଖାନ କାଷ୍ଟିଂକାଉଚ ପ୍ରଥା ସପକ୍ଷରେ କହିଛନ୍ତି ଯେ ସିନେମା ଜଗତ ବଳାତ୍କାର ବଦଳରେ ରୁଟି ଦେଇଥାଏ ସେମିତି ଛାଡ଼ି ଦେଇନଥାଏ । ସରୋଜ ଖାନ କହିଛନ୍ତି ଯେ ଯୌନ ନିର୍ଯାତନା କେବଳ ବଲିଉଡ଼ରେ ସୀମିତ ନୁହେଁ । ଏଭଳି ଘଟଣା ସବୁ କ୍ଷେତ୍ରରେ ଘଟୁଛି, ତେଣୁ କେବଳ ସିନେମା ଜଗତକୁ ଏଥିପାଇଁ ଦାୟୀ କରିବା ଅନ୍ୟାୟ । ଏହା ନୂଆ ନୁହେଁ, ଆଦାମଙ୍କ ସମୟରୁ ଏଭଳି ଘଟଣା ଘଟି ଚାଲିଛି । ପ୍ରାୟ ସମସ୍ତେ ଝିଅଙ୍କ ସୁବିଧା ନେବାକୁ ଚେଷ୍ଟା କରନ୍ତି । ସରକାର ବି ଏପରି କରନ୍ତି । ତେଣୁ କେବଳ ସିନେମା ଜଗତକୁ କାହଁକି ଦାୟୀ କରାଯାଉଛି ? ଏଠାରେ ବଳାତ୍କାର ପରେ ଛାଡ଼ି ଦିଆଯାଏନି । ଏଠାରେ ଏହା ଜୀବିକା ଦେଇଥାଏ । ଏହା ଝିଅଙ୍କ ଉପରେ ନିର୍ଭର କରେ ସେ କଣ ଚାହେଁ । ଯଦି ତମେ ଭୁଲ ହାତରେ ପଡିବାକୁ ଚାହୁଁନ ତେବେ ତମେ ପଡିବ ନାହିଁ । ସରୋଜ ଖାନଙ୍କ ଟିପ୍ପଣୀକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply