ଅଡ଼ି କାରରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ମହିପାଣିରେ ଏକ କାରରୁ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବର ବିହୀନ ଅଡ଼ି କାରକୁ ଯାଞ୍ଚ କରାଯାଉଥିବା ବେଳେ ଏହି ଟଙ୍କା ଜବତ ହୋଇଛି । ସ୍ବତନ୍ତ୍ର ସ୍କ୍ୱାର୍ଡ଼ ଯାଞ୍ଚ କରୁଥିବା ବେଳେ ଅଡ଼ି କାରରେ ଥିବା ଚାଳକ ଓ ଜଣେ ଲୋକ ବ୍ୟାଗ୍ ଭର୍ତ୍ତି ଟଙ୍କା ଫୋପାଡ଼ି ଚମ୍ପଟ ମାରିଥିଲା।  ଫେରାର ଗାଡି ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ସ୍ବତନ୍ତ୍ର ସ୍କ୍ୱାର୍ଡ଼ ଖୋଜାଖୋଜି ଚଲାଇଛି। ନିର୍ବାଚନ କାର୍ୟ୍ୟରେ ଟଙ୍କା ବଣ୍ଟନ ଉଦ୍ଦେଶ୍ୟରେ ଏହା ଯାଉଥିବା ବୋଲି ସନ୍ଦେହ କରାଯାଉଛି।

Comments are closed.