ନାଳକୁ ଖସିଲା କାର, ଗୋଟିଏ ପରିବାରର ୬ ମୃତ

ଅବୋହାର : ପଞ୍ଜାବ ଅବୋହାର ଜିଲାରେ ଗୁରୁବାର ଏକ କାର ଭାରସାମ୍ୟ ହରାଇ ଗଙ୍ଗ ନାଳକୁ ଖସି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି। ମୃତକଙ୍କ ମଧ୍ୟରେ ଲଖବିନ୍ଦର ସିଂହ (୧୬), ସୋନା (୪), ସିମରନଜିତ (୮), ସାଜନ (୬)ଙ୍କ ବ୍ୟତୀତ ଆଉ ୨ ଜଣ ଲୋକ ଅଛନ୍ତି।

କାର ଚାଳକ ସୁରେନ୍ଦ୍ର ନିଖୋଜ ଅଛି। ବଲବିନ୍ଦ୍ର ନାମକ ଜଣେ ବ୍ୟକ୍ତି କାର ଭିତରୁ ବାହାରି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ହଠାତ କାର ଷ୍ଟେରିଂ ଜାମ ହେବା କାରଣରୁ କାରଟି ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସି ଯାଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍‍ ଏବଂ ସ୍ଥାନୀୟ ଲୋକେ ପହଞ୍ଚି କାରକୁ ନାଳରୁ ବାହାର କରିଥିଲେ। କାରରୁ ୬ ଜଣଙ୍କ ମୃତଦେହ ମିଳିଥିଲା। ସୂଚନା ଅନୁସାରେ ଫାଜିଲକା ଗ୍ରାମର ଏକ ପରିବାରର ୮ ଜଣ ସଦସ୍ୟ ଏକ ସେଣ୍ଟ୍ରୋ କାରରେ ଅଚାଡ଼ିକା ଅଭିମୁଖେ ଯାଇଥିଲେ। ଯାତ୍ରୀଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ। ଷ୍ଟେରିଂ ଜାମ ହେବାରୁ କାର ଜଡୱାଲା ମୀରା ସାଂଗଲା ନିକଟରେ ଭାରସାମ୍ୟ ହରାଇ ଗଙ୍ଗ ନାଳକୁ ଖସି ପଡିଥିଲା।

Comments are closed.