ବ୍ରିଟେନ ସଂସଦ ପ୍ରବେଶ ଦ୍ୱାରକୁ ଧକ୍କା ଦେଲା କାର: ଜଣେ ଗିରଫ

0

ଲଣ୍ଡନ: ଚଳଚଞ୍ଚଳ ବ୍ରିଟେନ ସଂସଦ ପ୍ରବେଶ ଦ୍ୱାର ସମ୍ମୁଖରେ ଲାଗିଥିବା ବ୍ୟାରିକେଟକୁ ଏକ ଦ୍ରୁତ ଗତି ସମ୍ପନ୍ନ କାର ଧକ୍କା ଦେବା ଘଟଣାରେ ମାଞ୍ଚେଷ୍ଟାର ପୁଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଦୁର୍ଘଟଣାଟି ଠିକ ସେହି ସ୍ଥାନରେ ହୋଇଛି ଯେଉଁଠି ୨୦୧୭ମାର୍ଚ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି ପୁଲିସ। କାର ଡ୍ରାଇଭରକୁ ପୁଲିସ ଗିରଫ କରିଥିବାବେଳେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରଟି ପ୍ରଥମେ ଜଣେ ବାଇକକୁ ଧକ୍କା ଦେଇଥିଲା। ଧକ୍କା ଫଳରେ ବାଇକଟି ବେଶ୍‍ କିଛି ଦୂରକୁ ଛିଟିକି ଯାଇଥିଲା। ବାଇକକୁ ଧକ୍କା ଦେବା ପରେ କାରଟି ଗତି କମାଇବା ପରିବର୍ତ୍ତେ ଅଧିକ ବେଗରେ ସଂସଦର ବ୍ୟାରିକେଟକୁ ଧକ୍କା ଦେଇଥିଲା। ଏହି ଧକ୍କାର ପ୍ରଚଣ୍ଡ ଶବ୍ଦରେ ତୁରନ୍ତ ଘଟଣାସ୍ଥଳକୁ ୧୦ରୁ ଊଦ୍ଧ୍ୱର୍ ସୁରକ୍ଷା କର୍ମୀ ଦୌଡ଼ି ଆସି କାର ଚାଳକଙ୍କୁ ଗିରଫ କରିନେଇଥିଲେ।

Leave A Reply